ଭାରତ ଏବଂ ଅଷ୍ଟ୍ରେଲିଆ ମାଧ୍ୟମରେ ବର୍ଡର ଗାଭାସ୍କର ଟ୍ରଫିରେ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଇଥିବାବେଳେ ଦ୍ବିତୀୟ ମ୍ୟାଚ ଅରୁଣ ଜେଟଲି ଷ୍ଟାଡିୟମ ଦିଲ୍ଲୀରେ ଖେଳାଯିବ। ସେହିପରି ତୃତୀୟ ଟେଷ୍ଟ ଧର୍ମଶାଳା ଓ ଚତୁର୍ଥ ଟେଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବା ନେଇ ଭେନ୍ୟୁ ସ୍ଥିର ହୋଇଥିଲା। ହେଲେ ତୃତୀୟ ଟେଷ୍ଟକୁ ଧର୍ମଶାଳାରୁ ଇନ୍ଦୋର ହୋଲକର ଷ୍ଟାଡିୟମକୁ ସ୍ଥାନନ୍ତର କରିଛି ବିସିସିଆଇ।
ଅଧିକ ପଢନ୍ତୁ: ଓଡ଼ିଆ ପୁଅଙ୍କ ହାତରେ ବଡ଼ ଦାୟିତ୍ବ ଦେଲା ବିସିସିଆଇ
ଆସନ୍ତା ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ। ମାତ୍ର ହିମାଚଳ ପ୍ରଦେଶ ଧର୍ମଶାଳା ଷ୍ଟାଡିୟମର ଆଉଟ ଫିଲ୍ଡ କାମ ଶେଷ ହୋଇ ନ ଥିବାରୁ ମ୍ୟାଚ ଭେନ୍ୟୁକୁ ପରିବର୍ତ୍ତନ କରାଯାଇଛି। ଭୀଷଣ ଥଣ୍ଡା ଯୋଗୁ ଆଉଟ ଫିଲ୍ଡରେ ଘାସ ନାହିଁ ଏବଂ ଷ୍ଟାଡିୟମ ହେବାକୁ ଆହୁରି ଅନେକ ଦିନ ଲାଗିବ। ପ୍ରକାଶ ଥାଉ କି, ବର୍ଡର ଗାଭାସ୍କର ଟ୍ରଫିର ୪ଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ