ଏହି ଫଟୋ ଶେୟାର କରିବା ସହ ପନ୍ତ ଲେଖିଛନ୍ତି, କେବେ ଭାବି ନ ଥିଲି ବାହାରେ ବସି ତାଜା ପବନରେ ନିଃଶ୍ବାସ ନେବା ଏତେ ଭଲ ଲାଗିବ। ଆଜି ପବନକୁ ମୁଁ ଅନୁଭବ କରୁଛି। ଏହା ମୋ ଶରୀରରେ ସତେଜତା ଆଣିଦେଇଛି। ଏହି ପୋଷ୍ଟ ଦେଖିବା ପରେ ଲକ୍ଷ ଲକ୍ଷ ଫ୍ୟାନଙ୍କ ମୁହଁରେ ଆଶ୍ବାସନା ଆଣିଦେଇଛି। ଫ୍ୟାନ ମାନେ ଖୁସି ହୋଇଯାଇଛନ୍ତି। କାରଣ ଏଥିରୁ ଜଣାପଡ଼ୁଛି ବ୍ୟାଟର ସୁସ୍ଥ ହେଉଛନ୍ତି।
ରିଷଭ ପନ୍ତ ଫେବୃୟାରୀ ୯ରେ ନାଗପୁରରେ ଅଷ୍ଟେଲିଆ ବିରୋଧରେ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିରେ ସାମିଲ ହୋଇପାରିବେ ନାହିଁ। ଅଣ୍ଟା ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କର ଚିକିତ୍ସା ଜାରି ରହିଛି। ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କୌଣସି ଅଫିସିଆଲ ବୟାନ ଦିଆଯାଇନାହିଁ। ରିଷଭ ପନ୍ତ ଜାନୁୟାରୀ ୧୬ ତାରିଖରେ ପ୍ରଥମେ ଇନ୍ଷ୍ଟାରେ ଏକ ପୋଷ୍ଟ ଶେୟାର କରି ଲୋକଙ୍କ ସମର୍ଥନ ଏବଂ ଶୁଭକାମନା ପାଇଁ ଧନ୍ୟବାଦ ଜଣାଇଥିଲେ।
ସୂଚନା ଥାଉ କି, ଡିସେମ୍ବର ୩୦ରେ ପନ୍ତଙ୍କ କାରର ବଡ଼ ଦୁର୍ଘଟଣା ହୋଇଥିଲା। ରିଷଭଙ୍କ କାର୍ ଦିଲ୍ଲୀ-ଡେରାଡୁନ ରାଜପଥ ରୋର୍କୀ ଠାରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇ ଡେରାଡୁନ ସ୍ଥିତ ମାକ୍ସ ହସ୍ପିଟାଲରେ ପ୍ରଥମେ ଚିକିତ୍ସିତ ହୋଇଥଲେ। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା। ହୋଇଛି। ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ତାଙ୍କର ଅପରେଶନ କରାଯାଇଥିଲା। ଦୁର୍ଘଟଣା ଦିନ ଦେଶବାସୀଙ୍କୁ ଏକ ବଡ଼ ଝଟକା ଲାଗିଥିଲା। ପନ୍ତ ଶୀଘ୍ର ଭଲ ହେବା ପାଇଁ ଦେଶବାସୀ ବହୁ କାମନା କରିଥିବା ଜଣାପଡ଼ିଥିଲା।