ଜୟ ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ପରେ ପାକିସ୍ତାନ ଉପରେ ହସୁଥିବାବେଳେ ଭିତରେ ଗୁମୁରିକାନ୍ଦୁଛି। ୨୦୨୪ଡିସେମ୍ବର୧ରେ ଦାୟିତ୍ବ ଗ୍ରହଣ କରିବେ ଶାହ। କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନଥିବା ବେଳେ ଏସୀୟା କମ୍ ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟୁର୍ଣ୍ଣାମେଣ୍ଟରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥାଏ । ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବିଶ୍ୱର କୋଟି କୋଟି କ୍ରିଡ଼ାପ୍ରେମୀ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି ।୨୦୨୫ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୧୯ ଫେୟାରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ତାକୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଛି । ଯଦି ଆଇସିସି ଅଧିକାରୀ ପାକିସ୍ତାନ ଗସ୍ତରୁ ଫେରିବା ପରେ ଭଲ ରିପୋର୍ଟ ଦିଅନ୍ତି ତାହାହେଲେ
ସବୁ ଠିକ୍ ଯଦି ସେଥିରୁ ବ୍ୟତିକ୍ରମ ହେଲା ପାକିସ୍ତାନ କାନ୍ଦିବା ପକ୍କା