ଅର୍ଗସ ବ୍ୟୁରୋ: ଲଗାତାର ଦୁଇଟି ପରାଜୟ ପରେ ରାଜସ୍ଥାନ ରୟାଲ୍ସ ଗୁରୁବାର ଆଇପିଏଲ ୧୬ର ୩୭ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ହୋମ ଗ୍ରାଉଣ୍ଡରେ ଭେଟିବ। ମ୍ୟାଚ ଜିତିବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି ଉଭୟ ଦଳ। ସୁପରକିଙ୍ଗ୍ସ ବିପକ୍ଷରେ ଆଧିପତ୍ୟ ଜାରି ରଖି ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ରାଜସ୍ଥାନ। ଅନ୍ୟପଟେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମାହି ନିଜ ଓ୍ବିନିଂ ଟେକନିକ ଜାରି ରଖିଛନ୍ତି।
ଚେନ୍ନାଇର ଶୀର୍ଷରେ ଋତୁରାଜ ଗାୟକଓ୍ବାଡ, ଡେବନ କନଓ୍ବେ, ଆଜିଙ୍କ୍ୟ ରାହାଣେ ଏବଂ ଶିବମ ଦୁବେ ଦଳରେ ଶାନଦାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ ଆଜି ରାଜସ୍ଥାନ ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ।
ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେଇଙ୍ଗ ୧୧ରେ ଋତୁରାଜ ଗାଇକଓ୍ବାଡ, ଡେଭନ କନଓ୍ବେ, ଆଜିଙ୍କ୍ୟ ରାହାଣେ, ଶିବମ ଦୁବେ, ଅମ୍ବାତି ରାଇଡୁ, ମୋଇନ ଅଲ୍ଲି, ରବୀନ୍ଦ୍ର ଜାଡେଜା, ଏମ.ଏସ.ଧୋନି (କ୍ୟାପଟେନ,ଓ୍ବିକେଟ କିପର), ତୁଷାର ଦେଶପାଣ୍ଡେ, ମହେଶ ତେକ୍ଷାନା, ମାଥିଶା ପୃଥରିନା ପ୍ରମୁଖ ରହିଛନ୍ତି।
ରାଜସ୍ଥାନ ରୟାଲ୍ସର ପ୍ଲେଇଙ୍ଗ ୧୧ରେ ଯଶସ୍ବୀ ଜୟସ୍ବାଲ, ଜସ ବଟଲର, ଦେବଦତ୍ତ ପାଡିକ୍କଲ, ସଞ୍ଜ ସାମସନ (କ୍ୟାପଟେନ/ଓ୍ବିକେଟ କିପର), ଶିମରନ ହେଟମେୟର, ଧ୍ରୂବ ଜୁରେଲ, ରବିଚନ୍ଦ୍ରନ ଅଶ୍ବିନ, ଜାସନ ହୋଲ୍ଡର, ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା, ୟୁଜବେନ୍ଦ୍ର ଚହଲ ପ୍ରମୁଖ ରହିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର