ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତକୁ ସିରିଜ ବିଜୟ କରାଇଥିବା ଭାରତୀୟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଘରୋଇ ମାଟିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫେଲ ମାରିଛନ୍ତି । ଏହି ମ୍ୟାଚର ଦୁଇଟି ଇଂନିସରୁ ମାତ୍ର ଏକ ରନ ରାହାଣେ ସ୍କୋର କରିବା ପରେ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯାଇଥିଲା । ତେବେ ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ପରି ଅଜିଙ୍କ୍ୟ ରାହାଣେ ମଧ୍ୟ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ।
ଏହା ସହ ଦଳର ଅନେକ ମ୍ୟାଚ ଜିତିବାରେ ରାହାଣେଙ୍କ ଅବଦାନ ରହିଛି ଏବଂ ବହୁତ ଜଲଦି ସେ ତାଙ୍କ ଫର୍ମକୁ ଫେରିବେ ବୋଲି କୋହଲି ଆଶା ରଖିଛନ୍ତି । ଏହା ସହ ପିଚ ଆଉ କଣ୍ଡିସନକୁ ରାହାଣେ ବହୁତ ଭଲ ଭାବେ ଜାଣି ପାରିଥାନ୍ତି ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ଜୋ ରୁଟଙ୍କ ଚତ୍ମକାର କ୍ୟାଚ ଏବଂ ଦ୍ୱିତୀୟ ଇଂନିସରେ ଆଣ୍ଡରସନଙ୍କ ଭଲ ଇଂନ ସୁଇଙ୍ଗିରେ ସେ ଆଉଟ ହୋଇଛନ୍ତି ବୋଲି କୋହଲି କହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟ ଶତକ ପରଠାରୁ ଟେଷ୍ଟ ମ୍ୟାଚରେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି ରାହାଣେ ।