ଯଦି ରାଙ୍କିଂକୁ ଦେଖିବା ତେବେ, ଭାରତ ବିଶ୍ବର ୬ ନମ୍ବର ଦଳ । ସେହିପରି ନ୍ୟୁଜିଲାଣ୍ଡ ୧୨ ନମ୍ବର ସ୍ଥାନରେ ରହିଛି । ଗ୍ରୁପ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଦଳ ଚିଲିକୁ ହରାଇଥିବା ବେଳେ, ହଲାଣ୍ଡ ଓ ମାଲେସିଆଠୁ ପରାସ୍ତ ହୋଇଛି ।
ଅନ୍ୟ ପକ୍ଷରେ ଟିମ୍ ଇଣ୍ଡିଆ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ଗ୍ରୁପ୍-ଡିର ଦ୍ବିତୀୟ ସ୍ଥାନରେ ରହିଥିଲା । ଆଜିର ମ୍ୟାଚ୍ର ବିଜେତା ଟିମ୍ , କ୍ବାଟରଫାଇନାଲ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ସହ ଖେଳିବ । ଭାରତ ପକ୍ଷରୁ ଆହତ ସର୍ଦ୍ଦାର ସିଂଙ୍କ ସ୍ଥାନରେ ରାଜକୁମାର ପାଲଙ୍କୁ ସୁଯୋଗ ମିଳିଛି ।
କ୍ରୀଡା ଖବର ଆହୁରି ପଢନ୍ତୁ