ତେବେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇଂନିସରେ ପ୍ରଭାବଶାଳୀ ବ୍ୟାଟିଂ କରି ପାରିନାହିଁ। ଆଜି ଦିନର ଖେଳ ଶେଷ ସୁଦ୍ଧା ଦଳ 6 ଉଇକେଟ ହରାଇ 133 ରନ କରି ପାରିଛି। ଦଳ ମାତ୍ର 2ରନରେ ଭାରତ ଠାରୁ ଆଗୁଆ ରହିଛି। ଭାରତ ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ପ୍ରଥମ ଇଂନିସରେ ୧୯୫ ରନରେ ଅଲଆଉଟ କରିଥିଲା।
ଅର୍ଗସ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବକ୍ସିଂ ଡେ' ଟେଷ୍ଟ ମ୍ୟାଚର ଦ୍ଵିତୀୟ ଦିନରେ ପୁଣି ଥରେ ଭାରତୀୟ ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିଛି। ଏହି ମ୍ୟାଚ ଏବେ ସୁଦ୍ଧା ଭାରତ ପକ୍ଷରେ ଅଛି। ଭାରତ ପ୍ରଥମ ଇଂନିସରେ ଆଜି 326 ରନ କରି ଅଲଆଉଟ ହୋଇ ଯାଇଥିଲା। ଏହା ସହ ଦଳ 131 ରନର ଅଗ୍ରଣୀ କରିଥିଲା।
ତେବେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇଂନିସରେ ପ୍ରଭାବଶାଳୀ ବ୍ୟାଟିଂ କରି ପାରିନାହିଁ। ଆଜି ଦିନର ଖେଳ ଶେଷ ସୁଦ୍ଧା ଦଳ 6 ଉଇକେଟ ହରାଇ 133 ରନ କରି ପାରିଛି। ଦଳ ମାତ୍ର 2ରନରେ ଭାରତ ଠାରୁ ଆଗୁଆ ରହିଛି। ଭାରତ ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ପ୍ରଥମ ଇଂନିସରେ ୧୯୫ ରନରେ ଅଲଆଉଟ କରିଥିଲା।
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଓଡ଼ିଶାର ସମସ୍ତ ଶ୍ରମିକ ମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ହସ୍ତାନ୍ତର କରିବାକୁ ଚିଠି ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କର ଅନ୍ୟ ଏକ କାର୍ଯ୍ୟକ୍ରମ ଥିବାରୁ ସେ ଭୁବନେଶ୍ବର ଯାଉଛନ୍ତି । ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ସେ ପଠାଇଛନ୍ତି । ସେ ସମସ୍ତ ଶ୍ରମିକ ଭାଇ ମାନଙ୍କୁ ଭେଟିବା ସହ ସେମାନଙ୍କ ଓଡ଼ିଶା ଫେରିବା ପାଇଁ ବ୍ୟବସ୍ଥା କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଦୀର୍ଘ ୧୭ ଦିନ ପରେ ସୁରକ୍ଷିତଭାବେ ଉଦ୍ଧାର ହୋଇଛନ୍ତି ଟନେଲ ଫସିଥିବା ଶ୍ରମିକମାନେ। ତା ମଧ୍ୟରେ ଓଡିଶାର ମଧ୍ୟ କିଛି ଶ୍ରମିକ ଥିଲେ। ତେବେ ସେମାନେ କିଭଳି ଭାବରେ ଫେରିବେ ଓଡିଶା ତାକୁ ନେଇ ଆଲୋଚନା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ପୂରିଛି ୩୬୫ ଦିନ। ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ସ୍ତମ୍ଭ ଲେଖିଛନ୍ତି ପିଏମ ମୋଦି। ‘ବସୁଧୈବ କୁଟୁମ୍ବକମ୍’- ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଆସିଥିବା ମୋଦି ଲେଖିଛନ୍ତି। ଏହି ଦାୟିତ୍ବ ଗ୍ରହଣ କରିବା ସମୟରେ ସମଗ୍ର ବିଶ୍ୱ ବହୁମୁଖୀ ଆହ୍ୱାନର ସମ୍ମୁଖୀନ ହୋଇଥିଲା।
କୋଭିଡ୍-୧୯ ମହାମାରୀରୁ ପୁନରୁଦ୍ଧାର, ଜଳବାୟୁ ବିପଦ, ଆର୍ଥିକ ଅସ୍ଥିରତା ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଋଣ ସଙ୍କଟ ସହିତ ହ୍ରାସ ପାଉଥିବା ବହୁପକ୍ଷବାଦ ଚିନ୍ତାର କାରଣ ପାଲଟିଥିଲା। ସଂଘର୍ଷ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିକାଶ ପାଇଁ ସହଯୋଗ ପ୍ରଭାବିତ ହୋଇଛି। ପ୍ରଗତିରେ ବାଧା ସୃଷ୍ଟି ହୋଇଛି। ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରି ଭାରତ ବିଶ୍ୱକୁ ସ୍ଥିତାବସ୍ଥାର ବିକଳ୍ପ ପ୍ରଦାନ କରିବାକୁ ଚାହୁଁଥିଲା। ଯାହା ଜିଡିପି-କେନ୍ଦ୍ରିତ ଆଭିମୁଖ୍ୟରୁ ମାନବ-କେନ୍ଦ୍ରିତ ପ୍ରଗତିକୁ ପରିବର୍ତ୍ତିତ ହୋଇଥିବା ଲେଖିଛନ୍ତି ପିଏମ ମୋଦି। କେଉଁ ସବୁ କାରଣ ଆମକୁ ବିଭାଜିତ କରୁଛି ତାହା ବଦଳରେ ଆମକୁ କେଉଁ କାରଣ ଏକାଠି କରିଥାଏ ତାହା ବିଶ୍ୱକୁ ମନେ ପକାଇବାକୁ ଭାରତ ଲକ୍ଷ୍ୟ ରଖିଥିବା ସେ ଉଲ୍ଲେଖ କରିଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାପା-ପୁଅ । ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀ ଓ ପୁଅ ଭୁବନେଶ୍ବର RWSSର ଜୁନିଅର ଇଞ୍ଜିନିୟର ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ । ୫ଟି ସ୍ଥାନରେ ଏକକାଳୀନ ରେଡ୍ । ଆଜି ସକାଳେ ଭିଜିଲାନ୍ସ ଟିମ୍ ସୁନୀଲଙ୍କ ଘର କବାଟ ନକ୍ କଲା ବେଳେ, ବାଲକୋନିକୁ ଯାଇ ସାଇଡ୍ ବିଲଡିଂକୁ ଡେଇଁ ପଳାଇଥିଲେ ଇଂଜିନୟର ସୁନୀଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ ।
ଅଧିକ ପଢନ୍ତୁ : ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ବାସଭବନରେ ଚଢାଉ
ଜୁନିଅର ଇଂଜିନିୟର ସୁନୀଲ କୁମାର ପାଢ଼ୀଙ୍କ ଯାଗମରାରେ ଥିବା ପାଢ଼ୀ ଭିଲା ସମେତ ଭୁବନେଶ୍ବର RWSS ଅଫିସ, ଆସ୍କାର ପୈତୃକ ଘରେ ଚାଲିଛି ରେଡ୍ । ସେପଟେ ସୁନାମସାହି ଓ ଆସିକା ବସ୍ଷ୍ଟାଣ୍ଡ ନିକଟରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ କରିଛି । ସାହିରେ ଥିବା ଜଗବନ୍ଧୁଙ୍କ ଘରେ ଚଢ଼ାଉ ହେଉଛି । ଜଗବନ୍ଧୁ ଜଣେ ରିଟାର୍ଡ ରେଞ୍ଜର ହୋଇଥିବା ବେଳେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ 10 ଜଣିଆ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ାଉ କରୁଥିବା ଜଣା ପଡ଼ିଛି । ଚଢାଉରେ 6 ଜଣ DSP, 3 ଜଣ ଇନସପେକ୍ଟର, 7 ଜଣ ASI ସାମିଲ ହୋଇଛନ୍ତି ।