ସାମ୍ବାଦିକ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିଜୟ ପାଇଁ 309 ରନ ଦରକାର କରୁଛି। ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ ଇଣ୍ଡିଆ ଦୁଇ ଓ୍ୱିକେଟ ହରାଇ ୯୮ ରନ କରିଛି। ଭାରତ ହାତରେ 8ଟି ଉଇକେଟ ଅଛି। ଚତୁର୍ଥ ଇଂନିସରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି।
ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୪୦୭ ରନର ବିଜୟ ଲକ୍ଷ୍ୟ ରଖିଛି । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୬ ଓ୍ୱିକେଟ ବିନିମୟରେ ୩୧୨ ରନ କରି ପାଳି ଘୋଷଣା କରିଥିଲା । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତଠାରୁ ଅଷ୍ଟ୍ରେଲିଆ ୪୦୬ରନରେ ଆଗରୁଆ ରହିଥିଲା।