ମୁଖ୍ୟ ସମସ୍ୟାରୁ ଲୋକଙ୍କ ଦୃଷ୍ଟିକୁ ଅନ୍ୟ ଦିଗକୁ ନବା ପାଇଁ ଏ ଏକ ବିଧିବଦ୍ଧ ଷଡଯନ୍ତ୍ର...
ଅର୍ଗସ ବ୍ୟୁରୋ: ଶ୍ରୀଲଙ୍କାର ଦ୍ରୁତ ବୋଲର ଧମିକା ପ୍ରସାଦ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। 37 ବର୍ଷିୀୟ ଧମିକା ପ୍ରସାଦ ନିଜର ଅନ୍ତିମ ମ୍ୟାଚ 2015ରେ ଓ୍ଵେଷ୍ଟଇଣ୍ଡିଜ ବିରୋଧରେ ଖେଳିଥିଲେ।
ଗତ 6ବର୍ଷ ହେବ ସେ ଅର୍ନ୍ତଜାତୀୟ ମ୍ୟାଚ ଖେଳିନାହାନ୍ତି। ତାଙ୍କ କାନ୍ଧ ଆହାତ ନହେବା ପୂର୍ବରୁ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜ ଦେଶକୁ ସେ ଅନେକ ମ୍ୟାଚ ବିଜୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
2014ରେ ଇଂଲଣ୍ଡରେ ଶ୍ରୀଲଙ୍କାର ପ୍ରଥମ ସିରିଜ ଜିତିବା ପଛରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଟେଷ୍ଟ ମ୍ୟାଚରେ ସେ 75ଟି ଉଇକେଟ ନେଇଥିବା ବେଳେ, ଦିନିକିଆରେ ସେ 32ଟି ଉଇକେଟ ହାସଲ କରିଛନ୍ତି। ସେହିପରି ସେ ଏକମାତ୍ର ଅନ୍ତର୍ଜାତୀୟ ଟି-20 ମ୍ୟାଚ ଖେଳିଛନ୍ତି।