୨୦୧୯ପରେ କାର୍ତ୍ତିକ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଇପିଏଲର ୧୫ତମ ସଂସ୍କରଣରେ କାର୍ତ୍ତିକ ଫିନସର ଭୂମିକା ତୁଲାଇବା ସହ ଆରସିବି ପକ୍ଷରୁ ୧୮୦ ଷ୍ଟ୍ରାଇକରେଟରେ ୩୩୦ ରନ କରିଥିଲେ।ଏଥିସହ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ମଧ୍ୟ ବ୍ରେକ କରିଛନ୍ତି।
ଖେଳ ଖବର ଆହୁରି ପଢନ୍ତୁ ।
ଚର୍ଚ୍ଚାରେ କାର୍ତ୍ତିକ, ମାରିଲେ ଲମ୍ୱା ଜମ୍ପ

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ କାର୍ତ୍ତିକ । ଭାରତୀୟ ଓ୍ୱିକେଟ କିପର-ବ୍ୟାଟର ଦୀନେଶ କାର୍ତ୍ତିକ ଟି-୨୦ ରାଙ୍କିଙ୍ଗରେ ଟପ-୧୦୦ରେ ସାମିଲ ହୋଇଛନ୍ତି। ଇଶାନ କିଶନ ଏକମାତ୍ର ଭାରତୀୟ ଭାବେ ଟପ ୧୦ରେ ରହିଛନ୍ତି। ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ କାର୍ତ୍ତିକ ଦମଦାର ବ୍ୟାଟିଂ କରିଥିଲେ। ଟି-୨୦ ର୍ୟାଙ୍କଙ୍ଗ ଅନୁଯାୟୀ, କାର୍ତ୍ତିକ ୧୦୮ ସ୍ଥାନ ଊପରକୁ ଉଠି ୮୭ ତମ ସ୍ଥାନରେ ରହିଛନ୍ତି। ଏହି ସିରିଜରେ ସେ ପ୍ରଥମ ଟି-୨୦ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ କାର୍ତ୍ତିକ ୨ ବଲରେ ୯ ଚୌକା ଓ ୨ ଛକା ସହ ୫୫ରନ କରିଥିଲେ।
ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ : ହାଇଦ୍ରାବାଦର ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜସ ୟୂନିଭର୍ସିଟିରେ ଏକ ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସେହି ୟୂନିଭର୍ସିଟିରେ ଓପନ୍ ଲର୍ଣ୍ଣିଂ ରିସୋର୍ସ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି
Download Argus News App
