ଓପନର ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ସର୍ବାଧିକ ୪୨ ରନ କରିଥିଲେ। ହରମନପ୍ରୀତ ମଧ୍ୟ ୩୬ ରନ କରିଥିଲେ। ଏହାର ଜବାବରେ ଥାଇଲାଣ୍ଡ ଦଳ ୯ ଓ୍ବିକେଟ ହରାଇ କେବଳ ୭୪ ରନ କରିପାରିଥିଲେ। ଅଫ ସ୍ପିନର ଦୀପ୍ତି ଶର୍ମା ୭ ରନ ଦେଇ ୩ଟି ଓ୍ବିକେଟ ନେଇଥିଲେ। ଦ୍ବିତୀୟ ସେମିଫାଇନାଲରେ ପାକିସ୍ତାନ ଏବଂ ଶ୍ରୀଲଙ୍କା କିଛି ସମୟ ପରେ ମ୍ୟାଚ ଖେଳିବେ। ଏହି ମ୍ୟାଚରେ ଯେଉଁ ଦଳ ଜିତିବ ସେ ଭାରତ ବିପକ୍ଷରେ ଖେଳିବ। ଅକ୍ଟୋବର ୧୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।