ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଟିମ ଇଣ୍ଡିଆକୁ ପ୍ରସ୍ତୁତ କରିବେ ଦ୍ରାବିଡ । ୨୦୧୪ରେ ଇଂଲଣ୍ଡ ଗସ୍ତ ସମୟରେ ସେ ବ୍ୟାଟିଂ ପରାମର୍ଶଦାତା ଭାବେ କାମ କରିବା ପରେ ମୁଖ୍ୟ କୋଚ ଭାବେ ଏହା ଭାରତୀୟ ଦଳ ସହିତ ତାଙ୍କର ଦ୍ୱିତୀୟ ଇନିଂସ ହେବ। ତାଙ୍କ କୋଚିଂ ଅଧୀନରେ ୨୦୧୮ରେ ଭାରତ ଅଣ୍ଡର -୧୯ ବିଶ୍ୱକପ ଜିତିଥିଲା। ସେହିପରି ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ମଧ୍ୟ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର ବୋଲିଂ କୋଚ ଭାର ସମ୍ଭାଳିବେ ବୋଲି ସୂଚନା ମିଳିଛି। ସେପଟେ ରବି ଶାସ୍ତ୍ରୀ, ଭାରତ ଅରୁଣ ଏବଂ ବିକ୍ରମ ରଥୁର ଭାରତୀୟ ଟେଷ୍ଟ ଦଳ ସହ ଇଂଲଣ୍ଡରେ ରହିବେ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବେ ଦ୍ରାବିଡ
ନଦୀ ପହଁରି ପାର୍ ହେଉଥିଲେ, ଭାସିଗଲେ

ପୁରୀ: ପୁରୀ ସଦର ବ୍ଲକ ରତ୍ନଚିରା ନଦୀରେ ଭାସିଗଲେ ବୃଦ୍ଧ । ନଦୀ ପାର ବେଳେ ଭାସିଗଲେ ଖଣ୍ଡିଘର ଗ୍ରାମର ଭିମସେନ ସ୍ୱାଇଁ । ଗଉଡିକେରା ଗ୍ରାମରୁ କୋରଙ୍ଗା ଗ୍ରାମକୁ ରତ୍ନଚିରା ନଦୀରେ ପହଁରି ପାରି ହେଉଥିଲେ ବୃଦ୍ଧ । ନଦୀରେ ଭାସିଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛ
Download Argus News App
