
ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୨୬୯ ରନରେ ପରାସ୍ତ କରିଛି ଜୋ ରୁଟଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ । ଏହି ମ୍ୟାଚ ବିଜୟ ସହ ୨-୧ ସିରିଜ ହାତେଇଛି ଇଂଲଣ୍ଡ ଟିମ ।
ଚତୁର୍ଥ ଇଂନିସରେ ବ୍ୟାଟିଙ୍ଗ କରୁଥିବା ୱେଷ୍ଟଇଣ୍ଡିଜକୁ ବିଜୟ ଲକ୍ଷ୍ୟ ପାଇଁ ୩୯୯ ରନ ଆବଶ୍ୟକ କରୁଥିଲା । ମାତ୍ର ଇଂଲଣ୍ଡ ବୋଲରଙ୍କ ମୁକାବିଲା କରି ନପାରି ୱେଷ୍ଟଇଣ୍ଡିଜ ଦଳ ୧୨୯ରନରେ ଅଲଆଉଟ ହୋଇଯାଇଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ସାଇ ହୋପ ସର୍ବାଧିକ ୩୧ ରନ ସ୍କୋର କରିଥିଲେ ।
ଇଂଲଣ୍ଡ ପକ୍ଷରୁ କ୍ରିସ ୱେକସ ସର୍ବାଧିକ ୫ଟି ୱିକେଟ୍ ଏବଂ ଷ୍ଟୁଆର୍ଟ ବ୍ରଡ ୪ଟି ୱିକେଟ୍ ନେଇଥିଲେ । ବ୍ରଡ୍ କେବଳ ତୃତୀୟ ଫାଷ୍ଟ ବୋଲର ଏବଂ ଜେମ୍ସ ଆଣ୍ଡରସନଙ୍କ ପରେ ୫୦୦ ରୁ ଅଧିକ ୱିକେଟ୍ ନେବାରେ ତୃତୀୟ ଇଂଲଣ୍ଡ ଖେଳାଳି । ଆସନ୍ତା ମାସରୁ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନ ସହିତ ଇଂଲଣ୍ଡ ଖେଳିବ । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ମ୍ୟାଚ ବିଜୟ ସହ ସିରିଜ ଆରମ୍ଭ କରିଥିଲେ ମଧ୍ୟ ସିରିଜ ଜିତିବାକୁ ବିଫଳ ହୋଇଥିଲା ।
