ପେନାଲ୍ଟି ପୂର୍ବରୁ ୬୦ ମିନିଟରେ ଇଟାଲୀ ପକ୍ଷରୁ ଫେଡରିକୋ ଚିଏସା ଏବଂ ସ୍ପେନ ପକ୍ଷରୁ ମୋରାଟା ୮୦ ମିନିଟରେ ଗୋଲ କରିଥିଲେ । ଏହାକୁ ମିଶାଇ ଚତୁର୍ଥଥର ପାଇଁ ୟୁରୋକପ ଫାଇନାଲରେ ସ୍ଥାନ ପକ୍କା କରିଛି ଇଟାଲୀ ଦଳ । ଆଜିର ଦ୍ୱିତୀୟ ସେମିରେ ଇଂଲଣ୍ଡ ଓ ଡେନମାର୍କ ମୁକାବିଲାର ବିଜେତାଙ୍କ ସହ ହେବ ଟାଇଟେଲ ଲଢ଼େଇ ।
ୟୁରୋକପ ଫାଇନାଲରେ ଇଟାଲୀ, ଆଜି ଦ୍ୱିତୀୟ ସେମିରେ ଇଂଲଣ୍ଡ-ଡେନମାର୍କ ଟକ୍କର
ଅର୍ଗସ ବ୍ୟୁରୋ: ୟୁରୋକପ ଫାଇନାଲରେ ଇଟାଲୀ। ପ୍ରଥମ ସେମିଫାଇନାଲରେ ପେନାଲ୍ଟି ସୁଟଆଉଟରେ ସ୍ପେନକୁ ଦେଲା ମାତ୍ । ନିର୍ଧାରିତ ସମୟ ଶେଷ ବେଳକୁ ଉଭୟ ଦଳ ୧-୧ ଗୋଲ କରିଥିଲେ । ଏକ୍ସଟ୍ରା ଟାଇମରେ ମଧ୍ୟ କୌଣସି ଫଳାଫଳ ବାହାରି ପାରି ନଥିଲା । ଏହା ପରେ ପେନାଲ୍ଟି ସୁଟଆଉଟରେ ୪-୨ରେ ବାଜି ମାରିନେଇଥିଲା ଇଟାଲୀ ଦଳ ।
Download Argus News App
