ଅର୍ଗସ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳର ଗୁରୁକୂଳ ଟେନିସ ରିସୋର୍ଟରେ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଓପନ ଟେନିସ୍ ଚାମ୍ପିୟନସିପ ଖେଳାଯିବ । ପ୍ରଥମ ଥର ପାଇ ଏହି ଟେନିସ ରିସୋର୍ଟରେ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଟେନିସ୍ ଚାମ୍ପିୟନସିପ ଖେଳା ହେବାକୁ ଯାଉଛି । ମାର୍ଚ୍ଚ ୩ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଖେଳାଯିବ ।
ଏହି ପ୍ରତିଯୋଗିତରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ପ୍ରତିଯୋଗୀ ଅଶଂଗ୍ରହଣ କରିବେ । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜିତ କରି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗୁରୁକୁଳ ଟେନିସ ରିସୋର୍ଟର ମୁଖ୍ୟ ଚିନ୍ମୟ ପ୍ରଧାନ, ଗୁରୁକୁଳ ଟେନିସ ଏକାଡେମୀର ନିର୍ଦ୍ଦେଶକ ସନ୍ତୋଷ ମଲ୍ଲିକଙ୍କ ସହ ମେଜର ସଦୀପ ମହାପାତ୍ରଙ୍କ ପିତା ଜେ.ବି ମହାପାତ୍ର ଉପସ୍ଥିତ ଥିଲେ । ଏହା ସହ ପାଖାପାଖି ୧୦୦ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ସାମିଲ ହେବେ ।
ଗୁରୁକୁଳ ଟେନିସ ରିସୋର୍ଟରେ ରହିବା ଖାଇବା ସହ ଜିମ୍ ଓ ଅନ୍ୟାନ ସମସ୍ତ ସୁବିଧା ଥିବାରୁ ରାଜ୍ୟ ବାହାରୁ ଏହି ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଅନେକ ଖେଳାଳି ନିଜ ନାଁ ପଞ୍ଜିକୃତ କରିଛନ୍ତି । ୫ ଟି କ୍ୟାଟେଗୋରୀ ଯଥା , ପୁରୁଷ ଏକକ, ମହିଳା ଏକକ, ୧ ବର୍ଷରୁ କମ ବାଳକ, ୧୬ ବର୍ଷରୁ କମ ବାଳିକା, ପୁରୁଷ ଡବଲ୍ରେ ମ୍ୟାଚ୍ ଖେଳାଯିବ । ଏହି ପ୍ରତିଯୋଗିତାରେ ମୋଟ ପୁରସ୍କାର ରାଶି ୧ ଲକ୍ଷ ୭୦ ହଜାର ଟଙ୍କା ରହିଛି । ପୁରୁଷ ଏକକରେ ସବୁଠୁ ଅଧିକ ପୁରୁସ୍କାର ରାଶି ରହିଛି । ପୁରୁଷ ଏକକରେ ବିଜେତାଙ୍କୁ ୩୦ ହଜାର ଏବଂ ରନର୍ସପକୁ ୧୫ ହଜାର ଟଙ୍କା ଦିଆଯିବ ।