ଇନ୍ଦୋରରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍। ଏହାପରେ ଭାରତ ପକ୍ଷରୁ ଶୁଭମନ ଗିଲ୍ ଏବଂ ଋତୁରାଜ ଗାଏକ୍ୱାଡ୍ ଓପନିଂ କରିଥିଲେ। 12 ବଲ୍ ଖେଳି 8 ରନରେ ଆଉଟ୍ ହୋଇ ଯାଇଥିଲେ ଋତୁରାଜ। ଏହାପରେ ଶୁଭମନଙ୍କ ସାଥ୍ ଦେଇଥିଲେ ଶ୍ରେୟସ୍। ଗିଲଙ୍କ ବ୍ୟାଟ୍ କାମ କରିବା ବେଳକୁ ବର୍ଷା ସାଜିଥିଲା ବାଧକ।
ବର୍ଷା ବେଳକୁ 9 ଓଭରରେ ଦଳ 79 ରନ୍ ସଂଗ୍ରହ କରିଥିଲା। ବର୍ଷା ପରେ ପୁନର୍ବାର ଖେଳ ଆରମ୍ଭରେ ଅଷ୍ଟ୍ରେଲୀୟ ବୋଲରଙ୍କୁ ଧୋଇ ଦେଇଥିଲେ ଶ୍ରେୟସ୍ ଓ ଶୁଭମନ୍। ଉଭୟ ଶତକୀୟ ପାଳି ଖେଳି ଦଳୀୟ ସ୍କୋର୍ 216ରେ ପହଞ୍ଚାଇଥିଲେ। ଶ୍ରେୟସ 105(90) କରି ଆଉଟ୍ ହୋଇଯାଇ ଥିବାବେଳେ ଶୁଭମନ୍ 104(97) ପାଭିଲିୟନକୁ ଫେରିଥିଲେ। ଶୁଭମନଙ୍କ ପରେ କେଏଲ୍ ରାହୁଲଙ୍କୁ ସାଥ ଦେଇଥିଲେ ଇଶାନ କିଶନ। ଖବର ଲେଖା ହେବା ସୁଦ୍ଧା ୪୧ ଓଭରରେ ୩୦୭ ରନ ହୋଇଥିବା ଇଣ୍ଡିଆର ୪ ଓ୍ବିକେଟ ପତନ ଘଟିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର