ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନିଙ୍କୁ ଗଣନା କରାଯାଇଛି। ଧୋନି ହେଉଛନ୍ତି ଏକମାତ୍ର ଅଧିନାୟକ ଯିଏକି ତିନୋଟି ଆଇସିସି ଟ୍ରଫି ଜିତିଛନ୍ତି। ଧୋନିଙ୍କ ଅଧିନାୟକତ୍ୱ ଅଧୀନରେ ଭାରତ 2007 ରେ ଟି -20 ବିଶ୍ୱକପ ଜିତିଥିଲା, 2011 ରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଜିତିଥିଲା। ଏଥି ସହିତ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ମଧ୍ୟ 2013 ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଧୋନି ଟିମ୍ ଇଣ୍ଡିଆ ପାଇଁ ତିନୋଟି ଆଇସିସି ଟ୍ରଫି ଜିତି ଦେଶକୁ ଗର୍ବିତ କରିଛନ୍ତି।
ଏମଏସ ଧୋନି ହେଉଛନ୍ତି ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ସାତ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଏକ ଶତକ ହାସଲ କରିଛନ୍ତି। ଡିସେମ୍ବର 2012 ରେ ସେ ପାକିସ୍ତାନ ବିପକ୍ଷରେ ଏହି ଶତକ ହାସଲ କରିଥିଲେ।
ଧୋନି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ସେ 31 ଅକ୍ଟୋବର 2005 ରେ ଜୟପୁରରେ ଶ୍ରୀଲଙ୍କା ବିପକ୍ଷରେ 183 ର ଚମତ୍କାର ଇନିଂସ ଖେଳିଥିଲେ। ଏହି ସମୟରେ ସେ 15 ଚଉକା ଓ 10 ଛକା ମାରିଥିଲେ। ଏହାପୂର୍ବରୁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଆଡାମ ଗିଲକ୍ରିଷ୍ଟ 2004 ରେ ଜିମ୍ବାୱେ ବିପକ୍ଷରେ 172 ରନ୍ ସଂଗ୍ରହ କରିଥିଲେ।
ମହେନ୍ଦ୍ର ସିଂ ଧୋନି ଭାରତ ପାଇଁ ଅଧିକାଂଶ ଅଧିନାୟକତ୍ୱର ରେକର୍ଡ ରଖିଛନ୍ତି। ସେ 60 ଟି ଟେଷ୍ଟ, 200 ଟି ଦିନିକିଆ ଏବଂ 72 ଟି -20 ଇଣ୍ଟରନ୍ୟାସନାଲରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି।