ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର...
ଅର୍ଗସ ବ୍ୟୁରୋ: ବିଶ୍ୱର ନବମ କ୍ରିକେଟର ଏବଂ ଶ୍ରୀଲଙ୍କାର ପ୍ରଥମ କ୍ରିକେଟର ଭାବେ ଗୋଟିଏ ଓଭରରେ 6ଟି ଛକା ମାରିଛନ୍ତି ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପେରେରା। ଶ୍ରୀଲଙ୍କା ଆର୍ମି ସ୍ପୋର୍ଟସ୍ କ୍ଲବ୍, ବ୍ଲୁମଫିଲ୍ଡ କ୍ରିକେଟ୍ ଏବଂ ଆଥଲେଟିକ୍ କ୍ଲବ୍ ମଧ୍ୟରେ ଚାଲିଥିବା ଏକ ଏକଦିବସୀୟ ମ୍ୟାଚରେ ଶ୍ରୀଲଙ୍କା ଆର୍ମି ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ଖେଳୁଥିବା ପେରେରା ଦିଲହାନ କୋରେଙ୍କ ଗୋଟିଏ ଓଭରରେ 6 ଟି ଛକା ମାରିଛନ୍ତି।
ପ୍ରଥମ ଖେଳାଳି ଭାବେ ସାର ଜିଏଫ ସୋବର୍ସ ଘରୋଇ କ୍ରିକେଟରେ 1968 ରେ ଘରୋଇ କ୍ରିକେଟରେ ଗୋଟିଏ ଓଭରରେ 6ଟି ଛକା ମାରିଥିଲେ। ତାଙ୍କ ପରେ ହର୍ସଲ ଗିବ୍ସ, ଯୁବରାଜ ସିଂ ଏବଂ କିରନ ପୋଲାର୍ଡ କେବଳ ତିନି ଜଣ ଖେଳାଳି ହିଁ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ 6ଟି ଛକା ମାରିଛନ୍ତି.।