ସେପଟେ ମ୍ୟାଚ ଜିତିଲେ ୪୦ ବର୍ଷ ପରେ କ୍ୱାଟରକୁ ଯିବ ନ୍ୟୁଜିଲାଣ୍ଡ । ଦୁଇ ଦଳ ମଧ୍ୟରୁ ଭାରତର ପଲା ଭାରୀ ରହିଛି । ଗତବର୍ଷ ପ୍ରୋ ଲିଗରେ ନ୍ୟୁଜିଲାଣ୍ଡକୁ ଦୁଇ ଥର ହାରାଇଥିଲା ଭାରତ । ତେବେ ଆଜି କଳିଙ୍ଗ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମଳିଛି । ସନ୍ଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ । ଏହା ପୂର୍ବରୁ ଅପରାହ୍ନ ୪.୩୦ ମିନିଟରେ ମାଲେସିଆ ଏବଂ ସ୍ପେନ ମଧ୍ୟରେ ମ୍ୟାଚ କ୍ରସ ଓଭର ମ୍ୟାଚ ଖେଳାଯିବ । ସେହିପରି ୨୩ ତାରିଖରେ ଜର୍ମାନୀ ଓ ଫ୍ରାନ୍ସ ଏବଂ ଦ୍ୱିତୀୟ ମ୍ୟାଚ୍ ଆର୍ଜେଣ୍ଟିନା ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ ।
ଚଳିତ ବିଶ୍ବକପ୍ରେ ନ୍ୟୁଜିଲାଣ୍ଡ୍ ତୁଳନାରେ ଭାରତ ଢେର ଭଲ କରିଛି । ଭାରତ ପୁଲ୍ ପର୍ଯ୍ୟାୟରେ ସ୍ପେନ୍କୁ ୨-୦ରେ, ୱେଲ୍ସକୁ ୪-୨ରେ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ସହ ଗୋଲଶୂନ୍ୟ ଡ୍ର’ ରଖିଥିଲା। ନ୍ୟୁଜିଲାଣ୍ଡ କିନ୍ତୁ ୨ଟି ପରାଜୟ ସତ୍ତ୍ବେ ନବାଗତ ଚିଲିକୁ ହରାଇଥିବାରୁ ପୁଲ୍ ‘ସି’ର ତୃତୀୟ ଦଳ ହୋଇପାରିଛି । ନ୍ୟୁଜିଲାଣ୍ଡ କିନ୍ତୁ ନେଦରଲାଣ୍ଡ୍ସ ଓ ମାଲେସିଆ ନିକଟରୁ ହାରିଯାଇଥିଲା। ନ୍ୟୁଜିଲାଣ୍ଡ କେବେ ବି ହକି ବିଶ୍ବକପ୍ର ସେମିଫାଇନାଲ୍ ଉଠି ପାରିନାହିଁ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।