ସମାଧାନ ନୁହେଁ ବିବାଦ କରିବାର ଉଦ୍ଦେଶ୍ୟ ରଖିଥିଲେ ଆନ୍ଦୋଳନକାରୀ
ଅର୍ଗସ ବ୍ୟୁରୋ: ସୟଦ ମୁସ୍ତାକ ଅଲ୍ଲୀ ଟି -20ରେ ଓଡ଼ିଶାର ଲଗାତାର ଦ୍ଵିତୀୟ ପରାଜୟର ସାମ୍ନା କରିଛି। ପ୍ରଥମ ମ୍ୟାଚରେ ବେଙ୍ଗଲ ଠାରୁ ହାରିଥିବା ଓଡିଶା ଦ୍ଵିତୀୟ ମ୍ୟାଚରେ ହାଇଦ୍ରାବାଦ ଠାରୁ 6 ରନରେ ପରାସ୍ତ ହୋଇଛି।
ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 8 ଉଇକେଟ ହରାଇ 153 ରନ ସ୍କୋର କରିଥିଲା। ଦଳ ତରଫରୁ ତିଳକ ବର୍ମା ସର୍ବାଧିକ 44 ରନ କରିଥିଲେ। 154 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓଡିଶା 20 ଓଭରରେ 4 wicket ରେହରାଇ 147 ରନ ସ୍କୋର କରିପାରିଛି। ଦଳ ତରଫରୁ ଗୋବିନ୍ଦ ପୋଦାର ସର୍ବାଧିକ 50 ରନ ସ୍କୋର କରିଥିଲେ।