ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳକୁ ପାଖାପାଖି ୮ ମାସ ପୁରିଛି। ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ ପୂର୍ବରୁ ଆଲୋଚନା ବେଳେ ଦ୍ରାବିଡ ବଡ ବୟାନ ଦେଇଛନ୍ତି। ସେ ମଜାଳିଆ ଢ଼ଙ୍ଗରେ କହିଛନ୍ତି ସେ ଭାବିନଥିଲେ ଯେ, ଆରମ୍ଭରୁ ତାଙ୍କୁ ଛଅ ଅଧିନାୟକଙ୍କ ସହିତ କାମ କରିବାକୁ ପଡିବ। କେବଳ ସେତିକି ନୁହେଁ, ଦ୍ରାବିଡ ଏହା ମଧ୍ୟ କହିଛନ୍ତି ଯେ, ଏହି ଯାତ୍ରା ବହୁତ ଭଲ ରହିଛି। କିଛି ଚ୍ୟାଲେଞ୍ଜ ମଧ୍ୟ ରହିଛି।
କାରଣ ପ୍ରଥମ ଆଠ ମାସରେ ଛଅଜଣ ଅଧିନାୟକଙ୍କ ସହ କାମ କରିବି ବୋଲି କେବେ ଭାବିନଥିଲି। ମାତ୍ର କରୋନା ସମୟରେ ଏହା ସାଧାରଣ କଥାରେ ପରିଣତ ହୋଇଯାଇଛି। କାହିଁକି ନା ଆପଣଙ୍କୁ କାମଚାପ ସମୟରେ ପ୍ରତିଟି ଖେଳାଳିଙ୍କ ସହ ଖାପ ଖୁଆଇ ଚଳିବାକୁ ପଡିଥାଏ।
ଖେଳ ଖବର ଆହୁରି ପଢନ୍ତୁ ।