ଏହି ନିୟମ ଅନୁସାରେ କୌଣସି ଏଲ୍ବିଡବ୍ଲ୍ୟୁ ଅପିଲ୍ ସମୟରେ ପଡ଼ିଆ ଅମ୍ପାୟାର ବଲ୍ର ଗତି ପଥକୁ ଦେଖି ଆଉଟ୍ କିମ୍ବା ନଟ୍ ଆଉଟ୍ ନିଷ୍ପତ୍ତି ଶୁଣାଇ ପାରିବେ । ୩ଟି ୱିକେଟ୍ ମଧ୍ୟରୁ କୌଣସି ୱିକେଟ୍ରେ ବଲ୍ ଅତି କମ୍ରେ ୫୦ପ୍ରତିଶତ ବାଜିବାର ସମ୍ଭାବନା ଥିଲେ ଅମ୍ପାୟାର 'ଆଉଟ୍' କିମ୍ବା 'ନଟ୍ ଆଉଟ୍' ନିଷ୍ପତ୍ତି ନେଇପାରିବେ । ଏଭଳି ସ୍ଥଳେ ଫିଲ୍ଡିଂ ଦଳର ଅଧିନାୟକ କିମ୍ବା ବ୍ୟାଟ୍ସମ୍ୟାନ୍ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଡିଆରଏସ୍ ନେଲେ ବିଫଳ ହେବେ । 'ଅମ୍ପାୟାର କଲ୍' ନିୟମ ଅନୁଯାୟୀ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିବ ।
କିଛି ଦିନ ତଳେ ଏହି ଡିଆରଏସରେ ଥିବା ଅମ୍ପାୟାରସ କଲକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ଅନେକ କ୍ଷେତ୍ରରେ ବଲ ଷ୍ଟମ୍ପରେ ବାଜିଥିଲେ ମଧ୍ୟ ଅମ୍ପାୟାରଙ୍କ ନଟଆଉଟ ନିଷ୍ପତ୍ତି ଥିଲେ ତାହା ନଟଆଉଟ କିପରି ହେବ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଡିଆରଏସରେ ହୋଇଥିବା ନୂଆ ପରିବର୍ତ୍ତନ ନିୟମ ଅନୁସାରେ, ପୂର୍ବରୁ ଏଲ୍ବିଡବ୍ଲ୍ୟୁ ନିଷ୍ପତ୍ତି ନେବା ପୂର୍ବରୁ ୱିକେଟ୍ର ଉଚ୍ଚତାକୁ ମାପ ଦଣ୍ଡ ରୂପେ ରଖାଯାଇଥିଲା । ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଛି । ଅର୍ଥାତ ୱିକେଟ ଉପରେ ରହିଥିବା ବଲ୍ ବେଲ୍ରେ ବାଜିବାର ସମ୍ଭାବନା ଥିଲେ ଅମ୍ପାୟାର ଆଉଟ୍ ନିଷ୍ପତ୍ତି ଶୁଣାଇ ପାରିବେ । ଫିଲ୍ଡିଂ ଦଳର ଡିଆରଏସ୍ ନେବା ପୂର୍ବରୁ ବ୍ୟାଟସମ୍ୟାନ୍ ଜଣକ ସଟ୍ ଖେଳିବାକୁ ପ୍ରୟାସ କରୁଥିଲା କି ନାହିଁ, ତାହା ପଡ଼ିଆ ଅମ୍ପାୟାରଙ୍କୁ ପଚାରି ବୁଝି ପାରିବ ।
ଏହା ସହ ପୂର୍ବରୁ କେବଳ ନୋ-ବଲ ତୃତୀୟ ଅମ୍ପାୟାର ଚେକ କରୁଥିବା ବେଳେ ଏଥର ବ୍ୟାଟସମାନ ମାନେ ନେଉଥିବା ରନ ମଧ୍ୟ ତୃତୀୟ ଅମ୍ପାୟାର ଚେକ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।