ପିପିଲି ଉପନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ: ଜାତିଆଣ ମନ୍ତବ୍ୟଙ୍କୁ ନେଇ ଆଇସିସି ଦୃଢ ନିନ୍ଦା କରିଛି। ତଦନ୍ତ ପାଇଁ ଅଷ୍ଟ୍ରେଲିଆକୁ ପ୍ରସ୍ତାବ ଦିଆଯାଇଛି। ତଦନ୍ତ ପରେ ଆଇସିସିକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୬ଜଣ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରାଯାଇଛି।
ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାୱନି କହିଛନ୍ତି ଯେ, ଖେଳରେ ଭେଦଭାବ ପାଇଁ କୌଣସି ସ୍ଥାନ ନାହିଁ ଏବଂ ଆମେ ଅବିଶ୍ୱାସନୀୟ ଭାବରେ ନିରାଶ ହୋଇଛୁ ଯେ ଅଳ୍ପ ସଂଖ୍ୟକ ପ୍ରଶଂସକ ଭାବିପାରନ୍ତି ଯେ ଏହି ଘୃଣ୍ୟ ଆଚରଣ ଗ୍ରହଣୀୟ।
ତୃତୀୟ ଦିନର ଖେଳ ସମାପ୍ତ ହେବାର କିଛି ସମୟ ପରେ ଭାରତୀୟ ଟିମ୍ ବୋଲର ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଜାତିଗତ ଆରୋପ ହୋଇଥିବାର ଅଭିଯୋଗ ଆଣିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ସିଡନୀରେ ଚାଲୁଥିବା ଟେଷ୍ଟ ମ୍ୟାଚ ସମୟରେ କ୍ରିକେଟ ଗ୍ରାଉଣ୍ଡରେ ଥିବା ଦର୍ଶକମାନେ ଏହି ଦୁଇ କ୍ରିକେଟରଙ୍କୁ ଦୁର୍ବ୍ୟବହାର କରିଛନ୍ତି ଏବଂ ଜାତିଗତ ଟିପ୍ପଣୀ କରିଛନ୍ତି। ଏନେଇ ଟିମ ଇଣ୍ଡିଆ ପକ୍ଷରୁ ଆଇସିସି ପାଖରେ ବିଧିବଦ୍ଧ ଭାବେ ଅଭିଯୋଗ କରାଯାଇଛି।