ମୁମ୍ବାଇର ଆଇକନିକ୍ ୱାଙ୍ଖଡେ ଷ୍ଠାଡିୟମରେ ଖେଳ ଦେଖିବା ବେଳେ ଆପଣ ମାଗଣା ପପକର୍ଣ୍ଣ ସହ ସଫ୍ଟ ଡ୍ରିଙ୍କ୍ସର ମଜା ନେଇପାରିବେ । ଆଉ ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି ।
ଚଳିତ ଦିନିକିଆ ବିଶ୍ୱକପର ୩୩ତମ ମ୍ୟାଚ ୱାଙ୍ଖେଡ଼େରେ ଖେଳାଯିବା ନେଇ ସୂଚୀ ରହିଛି । ନଭେମ୍ବର ୨ରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା । ଆଉ ଏହି ସମୟରେ ଷ୍ଟାଡିୟମ୍ ରେ ଉପସ୍ଥିତ ଦର୍ଶକଙ୍କୁ ମାଗଣା ପପକର୍ଣ୍ଣ ଓ ସଫ୍ଟଡ୍ରିଙ୍କ୍ସ ଯୋଗାଇବ ମହାରାଷ୍ଟ୍ର କ୍ରିକେଟ ସଂଘ । MCA ସଭାପତି ଅମୋଲ କାଲେ ଏନେଇ ଘୋଷଣା କରିଛନ୍ତି । ପପକର୍ଣ୍ଣ ଓ କୋଲଡ୍ରିଙ୍କ୍ସର ଖର୍ଚ୍ଚ ଏମସିଏ ବହନ କରିବ ।
ତେବେ ଏଥିପାଇଁ ଦର୍ଶକଙ୍କୁ ଷ୍ଟାଡିୟମରେ ପହଞ୍ଚିବା ପରେ ନିର୍ଦ୍ଦିଷ୍ଟ କାଉଣ୍ଟରରେ ନିଜର ଟିକେଟ ଦେଖାଇବାକୁ ହେବ । ଏହାପରେ ଏଥିରେ ଏକ ଷ୍ଟାମ୍ପ୍ ଲଗାଯାଇ ମିଳିବ ପପକର୍ଣ୍ଣ ଓ କୋଲଡ୍ରିଙ୍କ୍ସ । ଏହାସହ MCA ସଭାପତିଙ୍କ କହିବା ଅନୁଯାୟୀ ଏପରି ସୁବିଧା ଭାରତ-ଶ୍ରୀଲଙ୍କା ମ୍ୟାଚ ଠାରୁ ଆରମ୍ଭ ହେବ ଓ ସେମିଫାଇନାଲ ପର୍ଯ୍ୟନ୍ତ ଚାଲିବ ।
ଆହୁରି ପଢନ୍ତୁ ଖେଳ ଖବର....