ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓ୍ଲହ୍ଲାଇଥିଲା ଇଂଲଣ୍ଡ ଦଳ । ଇଂଲଣ୍ଡ ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲା । ଦଳ ପକ୍ଷରୁ ଜାସନ ରଏ ୪୬, ଇୟନ ମୋର୍ଗାନ ୨୮ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୬୪ ରନ କରିବାରେ ସକ୍ଷମ ହୋଇଥିଲା । ୧୬୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଆରମ୍ଭରୁ ରାହୁଲ ନିରାଶ କରିଥିଲେ ମଧ୍ୟ ଇଶାନ କିଷାନ ଓ ବିରାଟ କୋହଲି ଦଳକୁ ବିଜୟର ରାସ୍ତା ଦେଖାଇଥିଲେ । ଦଳ ପକ୍ଷରୁ ବିରାଟ କୋହଲି ୭୩, ଇଶାନ କିଷାନ ୫୬ଓ ରିଷବ ପନ୍ତ ୨୬ ରନ କରିଥିଲେ । ଫଳରେ ଦଳ ୧୭ ଓଭରରେ ୩ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
୨ୟ ଟି ଟ୍ୱେଣ୍ଟିରେ ଇଂଲଣ୍ଡକୁ ୭ ଓ୍ୱିକେଟରେ ହରାଇଲା ଭାରତ
ଅର୍ଗସ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କମାଲ କଲେ ଇଶାନ କିଷାନ ଓ ବିରାଟ କୋହଲି । ଇଶାନ କିଷାନ ନିଜ ଡେବ୍ୟୁ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଫଳରେ ଭାରତ ଏହି ମ୍ୟାଚରେ ୭ ୱିକେଟରେ ବିଜୟୀ ହୋଇଛି । ଏହି ମ୍ୟାଚରେ ଇଶାନ କିଷାନ ଓ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।
Download Argus News App
