ପଢନ୍ତୁ ମୋଟେରା ଷ୍ଟାଡିୟମ ବିଷୟରେ କିଛି ଜଣା ଆଉ କିଛି ଅଜଣା କଥା :
- ଏହି ଷ୍ଟାଡିୟମ ୧୯୮୨ ମସିହାରେ ନିର୍ମିତ ହୋଇଥିଲା
- ଅକ୍ଟୋବର ୨୦୧୫ ରେ କ୍ଷମତା ଅନୁଯାୟୀ ସର୍ବ ବୃହତ କରିବା ପାଇଁ ରାଜ୍ୟସରକାର ନିଷ୍ପତି ନେଇଥିଲେ
- ଅଷ୍ଟ୍ରେଲିଆର ମେଲବୋର୍ଣ ଷ୍ଟାଡିୟମ ଠାରୁ ଏହା ବଡ
- ଏକାଥରେ ୧,୧୦,୦୦୦ ଦର୍ଶକ ମ୍ୟାଚ ଦେଖିପାରିବେ
- ଷ୍ଟାଡିୟମରେ ପ୍ରବେଶ ପଏଣ୍ଟ ସହ ଚାରୋଟି ଡ୍ରେସିଂ ରୁମ ଏବଂ ୬ଟି ଇନଡୋର ଅଭ୍ୟାସ ପିଚ ରହିଛି
- ମୋଟେରା ରେ ୧୧ଟି ମଲଟିପ୍ଲ ପିଚ ରହିଛି ସେଥିରୁ ୫ଟି ପିଚ ଲାଲ ମାଟି ଏବଂ ବାକି ୬ଟି କଳା ମାଟିରେ ପ୍ରସ୍ତୁତ କରାଯାଇଛି ।
- ଷ୍ଟାଡିୟମ ପାଇଁ ପାଖାପାଖି ୮୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି।
- ୭୬ଟି କର୍ପୋରେଟ ବକ୍ସ ର ସୁବିଧା ରହିଛି।
- ପଡିଆର ଆକାର ୧୭୧ମିଟର ଓ ପ୍ରସ୍ଥ୧୪୬ମିଟର
- ପ୍ରଥମଥର ପାଇଁ ଭାରତର ମୋଟେରା ଷ୍ଟାଡିୟମର ପଡିଆକୁ ଏଲଆଇଡି ଲାଇଟ ଲଗାଯାଇଛି ।