ଜେଲ୍ରେ ବାଇବେଲ.
ଅର୍ଗସ ବ୍ୟୁରୋ:ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇଂନିସରେ ମାତ୍ର 145 ରନ କରି ଅଲଆଉଟ ହୋଇ ଯାଇଛି। ରୋହିତ ଶର୍ମାଙ୍କୁ ଛାଡି ଅନ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି।
ରୋହିତ ଶର୍ମା ସର୍ବାଧିକ 66 ରନ କରିଛନ୍ତି। ଅଧିନାୟକ ଜୋ ରୁଟ ସର୍ବାଧିକ 5ଟି ଉଇକେଟ ନେଇ ଭାରତକୁ କଡ୍ଡା ଟକ୍କର ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଲିଚ 4ଟି ଓ ଜୋଫ୍ରା ଗୋଟିଏ ଉଇକେଟ ନେଇଛନ୍ତି।
ତେବେ ପ୍ରଥମ ଇଂନିସ ପରେ ଭାରତ ବିଦେଶୀ ଦଳ ଠାରୁ 33 ରନ ଆଗୁଆ ଅଛି। ଇଂଲଣ୍ଡ ପ୍ରଥମ ଇଂନିସରେ 112ର ରନ କରି ଅଲଆଉଟ ହୋଇଯାଇଥିଲା।