ସେପଟେ ସେମିଫାଇନାଲରେ ଭାରତର ପିଭି ସିନ୍ଧୁ । ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଜିତିଲେ ସିନ୍ଧୁ । ସେ ଜାପାନର ଅକାନେ ୟାମାଗୁଚିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ପଏଣ୍ଟରେ ପରାସ୍ତ କରି ଦେଶ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି ସିନ୍ଧୁ।
ବକ୍ସିଂରୁ ବି ଭାରତ ପାଇଁ ବଡ଼ ଖବର ଆସିଛି । ଇତିହାସ ରଚିଲେ ଲଭଲିନା। ସେମିଫାଇନାଲରେ ପହଁଚିବା ସହ ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି । ଅନ୍ୟପକ୍ଷରେ ପ୍ରଥମ ବିଜୟର ସ୍ୱାଦ ଚାଖିଛି ଭାରତୀୟ ମହିଳା ହକି ଦଳ । ଲଗାତାର ତୃତୀୟ ପରାଜୟ ପରେ ପ୍ରଥମ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଆୟର୍ଲାଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି ଭାରତ । ଭାରତର ପରବର୍ତ୍ତୀ ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ ।