ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଅର୍ଗସ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ଦ୍ଵିତୀୟ ଦିନରେ ବର୍ଷା ବାଧକ ସାଜିଛି। ଫଳରେ ମ୍ୟାଚ ଅଧିକ ସମୟ ପର୍ଯ୍ୟନ୍ତ ଖେଳା ହୋଇ ପାରି ନଥିଲା। ଆଜି ଦିନ ଶେଷ ହେବା ବେଳକୁ ଭାରତ 2 ଉଇକେଟ ବିନିମୟରେ 62 ରନ କରିପାରିଛି। ରୋହିତ ଶର୍ମା 44ରନ କରି ଆଉଟ ହୋଇଛନ୍ତି। ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପୁଜାରା ଓ ଅଧିନାୟକ ରାହାଣେ କ୍ରିଜରେ ଅଛନ୍ତି। ଦଳ 307 ରନ ପଛରେ ରହିଛି।
ଅଷ୍ଟ୍ରଲିଆ ପ୍ରଥମ ଇଂନିସରେ 369 ରନ କରି ଅଲଆଉଟ ହୋଇଥିଲ। ଦଳ ପକ୍ଷରୁ ଲାବୁସାନେ ସର୍ବାଧିକ 108 ରନ କରିଥିଲେ। ସେହିପରେ ଭାରତ ପକ୍ଷରୁ ନଟରାଜନ, ଶାର୍ଦ୍ଦୁଲ ଠାକୁର ଓ ଓ୍ଵାଶିଂଟନ ସୁନ୍ଦର ତିନୋଟି ଲେଖାଏଁ ଉଇକେଟ ନେଇଥିଲା ବେଳେ ସିରାଜଙ୍କୁ ଗୋଟେ ଉଇକେଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା।