ସେହିପରି ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ କଙ୍ଗାରୁ ଦଳଙ୍କୁ ଧୋଇଦେଇଛନ୍ତି। ଶ୍ରେୟସ ଓ ଶୁଭମନ ଗିଲ ଶତକ ହାସଲ କରିବା ସହିତ ୨୦୦ ରନ୍ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ରନ ସଂଗ୍ରହ କରିଛନ୍ତି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୯୯ ରନ୍ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆକୁ ୪୦୦ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳ ଜାରି ଥିବା ୩ ମ୍ୟାଚ୍ ବିଶିଷ୍ଟ ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ରେ ୧୯ ରନ୍ ସଂଗ୍ରହ କରିଥିଲେ। ଋତୁରାଜ ୧୨ଟି ବଲ୍ ସାମ୍ନା କରି ୨ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ମାତ୍ର ୮ ରନ୍ ସଂଗ୍ରହ କରି ପାଭଲିୟନ୍ ଫେରି ଆସିଥିଲେ। ଶ୍ରେୟସ ଆୟର ମୋଟ୍ ୯୦ଟି ବଲ୍ ଖେଳି ୧୦୫ ରନ୍ କରି ପାଭିଲିୟନ ଫେରିଥିବାବେଳେ ଗିଲ୍ ୯୭ଟି ବଲ୍ ଖେଳି ୧୦୪ କରି ରନ୍ କରି ଆଉଟ୍ ହୋଇଥିଲେ।
ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭୨ ରନ୍ ସଂଗ୍ରହ କରିଥିଲେ। ସେ ୩୭ଟି ବଲ୍ ଖେଳି ୬ଟି ଚୌକା ଓ ୬ଟି ଛକା ମାରିଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର...