ଫାଙ୍କା ଷ୍ଟାଡ଼ିୟମରୁ ଦର୍ଶକ ଭରା ଷ୍ଟାଡିୟମ ପର୍ଯ୍ୟନ୍ତ ଯାତ୍ରା, ନଥିଲା ସହଜ। ଅପରିଚିତ ଚେହେରାରୁ ଦେଶର ତାରକା ଟ୍ୟାଗ ପାଇବା ନଥିଲା ସହଜ। କାଲି ପରିଚୟ ପାଇଁ ସଂଘର୍ଷ କରୁଥିଲେ, ଆଜି ଯୋଦ୍ଧା ଭଳି ଲଢ଼ୁଛନ୍ତି, ଇତିହାସ ରଚୁଛନ୍ତି ।ମହିଳା କ୍ରିକେଟ ଆଉ କ୍ରିକେଟରଙ୍କୁ ଆଜି ସମସ୍ତେ ଚିହ୍ନିଛନ୍ତି, ସମସ୍ତେ ଜାଣିଛନ୍ତି । ପରିଚୟର ଯୁଦ୍ଧରେ ତ ବାଜି ମାରିଲେ, ଏବେ ଆଉ ଏକ ବଡ଼ ଯୁଦ୍ଧ ବାକି ରହିଛି। ଓମେନ୍ ଇନ୍ ବ୍ଲୁ ଆଗରେ ବିଶ୍ୱକପ ବିଜେତାର ଟ୍ୟାଗ ଲାଗିବା ବାକି ରହିଛି। ସିନିୟର ମହିଳା କ୍ରିକେଟ ଦଳ ଟି-20 ଏବଂ ଦିନିକିଆରେ ୩ ଥର ବିଶ୍ୱକପ ଫାଇନାଲକୁ ଯାଇଛି, ହେଲେ କେବେ ବି ଜିତି ପାରିନି।
୨୦୧୭ର ସେହି ମ୍ୟାଚ ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ଥିବା। ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗି ଦେଇଥିଲା ଇଂଲଣ୍ଡ ଦଳ। ହେଲେ ଏବେ ବଦଲା ନେବାର ସମୟ। ରବିବାର ଖେଳାଯିବାକୁ ଥିବା ପ୍ରଥମ ଅଣ୍ଡର-19 ମହିଳା ବିଶ୍ୱକପ ଫାଇନାଲରେ ଆମ୍ନାସାମ୍ନା ହେବେ ଇଂଲଣ୍ଡ-ଇଣ୍ଡିଆ। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ସେଫାଳୀ ବର୍ମାଙ୍କ ଓମେନ ଅନ୍ ବ୍ଲୁ ଫାଇନାଲ ଖେଳିବ। ଆଉ ଯଦି ଫାଇନାଲରେ ଜିତେ, ତେବେ ପ୍ରଥମ ଅଣ୍ଡର-19 ମହିଳା ବିଶ୍ୱକପର ଟ୍ରଫି ଭାରତକୁ ଆସିବ।
କ୍ରୀଡା ଖବର ଆହୁରି ପଢନ୍ତୁ