ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ପୁରା ପ୍ରସ୍ତୁତ ହୋଇ ଆସିଥିଲେ ଫ୍ୟାନ୍। ପ୍ରାୟ ସବୁ ଫ୍ୟାନ୍ ପିନ୍ଧିଥିଲେ ଇଣ୍ଡିଆନ୍ ଟିମର ନୀଳ ଜର୍ସି। ତା ସାଙ୍ଗକୁ ମୁହଁରେ ତ୍ରିରଙ୍ଗା ଚିତ୍ର। ବିଭିନ୍ନ ପ୍ରକାର ପ୍ଲାକାର୍ଡ ସାଙ୍ଗକୁ ବ୍ୟାନର। ଏ ସବୁ ଭିତରେ ସବୁଠାରୁ ଉପରେ ଥିଲା କ୍ରିକେଟ୍ ଫିଭର। ପୁଣି ଦର୍ଶକଙ୍କ ଭିତରେ ସାମିଲ ଥିଲେ ଡୁପ୍ଲିକେଟ୍ ମୋଦି ଓ ସାଉଥ୍ ସୁପରଷ୍ଟାର ଧନୁଷଙ୍କ ଡମି।ଦର୍ଶକଙ୍କ ଭିତରେ ଥିଲେ ଭାରତୀୟ ଟିମର ଏ କୁନି ପ୍ରଶଂସକ। ଫେଭରାଇଟ୍ ପ୍ଲେୟାରଙ୍କୁ ଚିୟର ଅପ୍ କରିବାକୁ ଏମାନେ ହୋଇ ଆସିଥିଲେ ପ୍ରସ୍ତୁତ।
ଦେଶର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଫ୍ୟାନ୍ ଫାଇନାଲ୍ ମ୍ୟାଚ ଦେଖିବାକୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଭାରତୀୟ ଦଳର ଉତ୍ସାହ ବଢ଼ାଇବାକୁ ସୁଦୂର ଓଡ଼ିଶାରୁ ବହୁ ସଂଖ୍ୟାରେ ଓଡ଼ିଆ ଫ୍ୟାନ ମଧ୍ୟ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି ଷ୍ଟାଡିୟମରେ।ନୀଳ ଜର୍ସିରେ ନୀଳ ସମୁଦ୍ର ଲାଗୁଥିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ। କିନ୍ତୁ ଭିତରେ ଏମାନଙ୍କ ନିଜ ଦଳକୁ ଉତ୍ସାହିତ କରିବାକୁ ଅଷ୍ଟ୍ରେଲିଆ ଫ୍ୟାନ୍ ମଧ୍ୟ ସାମିଲ ଥିଲେ। 12 ବର୍ଷ ପରେ ବିଶ୍ବକପ୍ ଫାଇନାଲରେ ଭାରତ। ତେଣୁ ଦର୍ଶକଙ୍କ ଭିତରେ ଅପୂର୍ବ ଉତ୍ସାହ।
ଅଧିକ ପଢ଼ନ୍ତୁ ଖେଳ ଖବର: