ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା । ବିରାଟ ଓ ରାହୁଲ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ଦଳୀୟ ସ୍କୋରକୁ ୩୦୦ ସେପଟକୁ ନେଇଯାଇଥିଲେ । ପ୍ରଥମେ ରାହୁଲ ନିଜର ଶତକ ପୂରଣ କରିବା ପରେ ବିରାଟ କୋହଲି ନିଜର ଶତକ ପୂରଣ କରିଥିଲେ । ଉଭୟ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ଭାରତ ୫୦ ଓଭରରେ ୨ ଓ୍ବିକେଟ ହରାଇ ୩୫୬ ରନ କରିଥିଲା । ବିରାଟ ଅପରାଜିତ ୧୨୨ରନ କରିଥିବାବେଳେ ରାହୁଲ ଅପରାଜିତ ୧୧୧ ରନ କରିଥିଲେ । କୁଲଦୀପ ଯାଦବ ୨୫ ରନ ଦେଇ ୫ଟି ଓ୍ଵିକେଟ୍ ନେଇ ପାକିସ୍ତାନ ଇନିଂସକୁ ୧୨୮ ରନରେ ସୀମିତ କରିଥିଲେ।
ଏଥିସହ ପାକିସ୍ତାନ ବିପକ୍ଷରେ ଭାରତ ଦିନିକିଆ କ୍ରିକେଟରେ ସବୁଠୁ ବଡ଼ ବିଜୟ ହାସଲ କରିଛି। ଅନ୍ୟପଟେୃ ଦିନିକିଆ କ୍ରିକେଟ୍ରେ ୧୩ ହଜାର ରନ୍ ପୂରଣ କରିବାରେ ଭାରତୀୟ ବ୍ୟାଟର ବିରାଟ କୋହଲି ଦ୍ରୁତତମ ହୋଇଛନ୍ତି। ଏସିଆ କପ୍ ସୁପର-୪ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ କୋହଲି ଏହି ମାଇଲ୍ଖୁଣ୍ଟ ଅତିକ୍ରମ କରିଥିଲେ। ତାଙ୍କ ପୂର୍ବରୁ କିଂବଦନ୍ତି କ୍ରିକେଟର ସଚିନ୍ ତେନ୍ଦୁଲକର ୩୨୧ ପାଳି ଓ ରିକି ପଣ୍ଟିଂ ୩୪୧ ପାଳିରେ ୧୩ ହଜାର ରନ୍ ମାଇଲଖୁଣ୍ଟ ପାର କରିଥିଲେ। ଅନ୍ୟପଟେ ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ ।
ଅଧିକ ପଢ଼ନ୍ତୁ ଖେଳ ଖବର: