ସମସ୍ତ ୩ ମ୍ୟାଚ୍ରେ ଆଦୌ ଆଉଟ୍ ନହୋଇ ମୋଟ ୨୦୪ଞ୍ଚ ରନ୍ କରିଥିବା ଆୟର୍ ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭଳି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିନେଇଛି।
ଅର୍ଗସ ବ୍ୟୁରୋ: ଲଗାତାର ୧୨ ଟ୍ୱେଣ୍ଟି-୨୦ ବିଜୟ ସହିତ ଭାରତୀୟ ଦଳ ଆଉ ଏକ ଶୃଙ୍ଖଳା ମୂଳପୋଛ ସଫଳତା ପାଇଛି। ରବିବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ଭାରତ ୬ ୱିକେଟରେ ଆଉ ଏକ ବିଜୟ ନିଜ ଆଡକୁ କରିଛି ।
ସମସ୍ତ ୩ ମ୍ୟାଚ୍ରେ ଆଦୌ ଆଉଟ୍ ନହୋଇ ମୋଟ ୨୦୪ଞ୍ଚ ରନ୍ କରିଥିବା ଆୟର୍ ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭଳି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିନେଇଛି।
ଅର୍ଗସ ବ୍ୟୁରୋ : ସମୁଦ୍ରରେ ଆଧିପତ୍ୟ ବିସ୍ତାର ପାଇଁ ବଡ଼ ଯୋଜନା । ଚୀନକୁ ଚେକ୍ ଦେବାକୁ ନୂଆ ଗେମ୍ ପ୍ଲାନ । ନୌସେନାକୁ ମିଳିବ ଆଉ ଏକ ଯୁଦ୍ଧପୋତର ବଳ । ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଭାରତ ମହାସାଗରରେ ଡ୍ରାଗନ ବାରମ୍ବାର ଅନୁପ୍ରବେଶ କରି ନିଜ ପତିଆରା ଦେଖାଉଛି । କିନ୍ତୁ ଏବେ ଚୀନର ନାଲି ଆଖିକୁ ଡରିବନି ଭାରତ । ଚୀନକୁ ଉଚ୍ଚିତ ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ନୌସେନାକୁ ଅଧିକ ସଶକ୍ତ କରିବାକୁ ନେଉଛନ୍ତି ବଡ଼ ପଦକ୍ଷେପ ।
ଅଧିକ ପଢନ୍ତୁ ଭାରତ ଖବର
ଏବେ ଭାରତୀୟ ନୌସେନାକୁ ଆଉ ଏକ ବିମାନବାହୀ ଯୁଦ୍ଧପୋତ ଦେବା ପାଇଁ ଚାଲିଛି ପ୍ରସ୍ତୁତି । ୪୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଭାରତର ତୃତୀୟ ବିମାନବାହୀ ଯୁଦ୍ଧପୋତ । ୪୫ ହଜାର ଟନ୍ ଓଜନର ଏହି ଜାହାଜକୁ କୋଚିନ୍ ସିପୟାର୍ଡରେ ନିର୍ମାଣ କରାଯିବ । ଯେଉଥିରେ ୨୮ଟି ଲଢୁଆ ବିମାନ ଓ ହେଲିକପ୍ଟର ମୁତୟନ ହୋଇପାରିବ ।
ଏହାର ଦୈର୍ଘ୍ୟ ୨୬୨ ମିଟର, ଓସାର ୬୨ ମିଟର ଓ ଉଚ୍ଚତା ୫୯ ମିଟର ହେବ । ଘଣ୍ଟା ପ୍ରତି ୫୨ କିଲୋମିଟର ବେଗରେ ଗତି କରିପାରିବ ଏହି ଯୁଦ୍ଧପୋତ । ବିକ୍ରାନ୍ତ ଭଳି ଏହା ମଧ୍ୟ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେବ । ଯାହା ଆତ୍ମନିର୍ଭର ଭାରତକୁ ଆହୁରି ବଳ ଦେବ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମତି ପରେ ଆରମ୍ଭ ହେବ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟ ।
ଅର୍ଗସ ବ୍ୟୁରୋ : ୨୩ ବର୍ଷର ବିଜେଡି ଶାସନରେ ଭୁବନେଶ୍ୱରବାସୀ “ଦୁର୍ଗନ୍ଧ”କୁ ଉପହାରରେ ପାଇଛନ୍ତି । ପୂର୍ବରୁ ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଡମ୍ପିଂ ୟାର୍ଡ’ର ର୍ଦୁଗନ୍ଧରେ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଂଚେଶ୍ୱରବାସିନ୍ଦାଙ୍କ ଜୀବନ ଅତିଷ୍ଠ ହେଉଥିଲା । ଏହି ଦୁର୍ଗନ୍ଧ ସମୟ କ୍ରମେ ସାରା ସହରକୁ ବ୍ୟାପିଲାଣି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’ ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଏହି “ଦୁର୍ଗନ୍ଧ” ପାଇଁ ଭାରତୀୟ ଜନତା ପାର୍ଟି ବାରମ୍ବାର ବିଏମ୍ସି ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । କିନ୍ତୁ ତାହାର ସୁଫଳ ନମିଳିଥିବାରୁ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁ ‘ଡମ୍ପିଂ ୟାର୍ଡ’କୁ ନେଇ ସତ୍ୟାଗ୍ରହ ଦ୍ୱିତୀୟ ଦିନରେ ପଂହଚିଛି । ରାଜ୍ୟ ସରକାର ‘ଡମ୍ପିଂ ୟାର୍ଡ’ର ବ୍ୟବସ୍ଥାର ସ୍ଥାୟୀ ସମାଧାନ ନକଲେ ସତ୍ୟାଗ୍ରହ ଜାରି ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି ।
ଗାଡକଣସ୍ଥିତ ‘ଡମ୍ପିଂ ୟାର୍ଡ’ଅସୁସ୍ଥ ପରିବେଶ, ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି । ଏପରିକି ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ଦୀର୍ଘଦିନର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ଅସୁସ୍ଥକର ପରିବେଶ ପାଇଁ ଭକ୍ତମାନେ ସେଠାରେ ଥିବା ସର୍ବେଶ୍ୱର ମହାଦେବ ମନ୍ଦିର, ଦାସରାଜ ମନ୍ଦିରକୁ ଆସୁନଥିବାରୁ ଏହା ବନ୍ଦ ରହିଥିବା ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ । ଏହି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ରହିଛି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ ଏହି ଅଳିଆକୁ ସହରଠୁ ଦୂରରେ ‘ଡମ୍ପିଂ ୟାର୍ଡ’ ପ୍ରସ୍ତୁତ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ କହିଛନ୍ତି ।
ଦ୍ୱିତୀୟ ଦିନର ଏହି ସତ୍ୟାଗ୍ରହ ଆନ୍ଦୋଳନରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନ୍ଧେକ୍ସ ମହାପାତ୍ର, ବରିଷ୍ଠ ନେତା ଭୁବନାନନ୍ଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ, ମହିଳାମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି, କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ସୁଶିଲ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶିଦ୍ଧିକ୍ ଅହମ୍ମଦ ଖାଁନ, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ରାଜେନ୍ଦ୍ର ଦାସ, ସୁଶାନ୍ତ ସାବତ, ବିଭାସ ସେନଗୁପ୍ତା, ମାନସୀ ରାୟ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି, ମଣ୍ଡଳ ସଭାପତି ଯତୀନ୍ଦ୍ର ମହାନ୍ତି, ଅମରଜ୍ୱତି ଜଗଦ୍ଦେବ, ଜିଲ୍ଲା ମନ କି ବାତ ସଂଯୋଜକ ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ: ସାଧାରଣ ଜନତା, ବିଶେଷକରି ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ଶୀତଋତୁରେ ମାତ୍ରାଧିକ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ କିଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଚଳପ୍ରଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…
ବିଶାଖାପାଟନମ୍-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ :
ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ଗୁରୁବାର ଦିନ ସିକନ୍ଦରାବାଦ ଠାରୁ ଛାଡୁଥିବା 08579/08580 ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ 1 ଫେବୃଆରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ବିଶାଖାପାଟନମ୍-ତିରୁପତି ବିଶେଷ ଟ୍ରେନ :
ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ମଙ୍ଗଳବାର ଦିନ ତିରୁପତି ଠାରୁ ଛାଡୁଥିବା 08583/08584 ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ଵତନ୍ତ୍ର ଟ୍ରେନ ବର୍ତ୍ତମାନ 30 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ବିଶାଖାପାଟନମ୍-ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନ :
ପ୍ରତି ରବିବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତ୍ୟେକ ସୋମବାର ବେଙ୍ଗାଲୁରୁରୁ ଛାଡୁଥିବା 08543/08544 ବିଶାଖାପାଟନମ୍- SMVT ବେଙ୍ଗାଲୁରୁ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ 29 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ଶ୍ରୀକାକୁଲମ୍ ରୋଡ୍-କୋଲାମ୍ ସ୍ପେଶାଲ୍:
08537/08538 ଶ୍ରୀକାକୁଲମ୍ ରୋଡ୍-କୋଲାମ-ଶ୍ରୀକାକୁଲମ୍ ରୋଡ୍ ସ୍ପେସାଲ୍ 25 ନଭେମ୍ବର 2023 ରୁ 27 ଜାନୁୟାରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ପୂର୍ବାହ୍ନ 11 ଘଟୀକାରେ ଶ୍ରୀକାକୁଲମ ଠାରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ 26 ନଭେମ୍ବର 2023 ରୁ 28 ଜାନୁୟାରୀ ପର୍ଯ୍ୟନ୍ତ କୋଲାମରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ଶ୍ରୀକାକୁଲମ ଯାତ୍ରା କରିବ।
ବିଶାଖାପାଟନମ୍-କୋଲାମ ବିଶେଷ ଟ୍ରେନ :
08539/08540 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମରୁ 29 ନଭେମ୍ବର 2023 ରୁ 31 ଜାନୁୟାରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ 08ଘ.20ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ 30 ନଭେମ୍ବର 2023 ରୁ 1 ଫେବୃଆରୀ 2024 ମଧ୍ୟରେ କୋଲାମରୁ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ବିଶାଖାପାଟନମ ଯାତ୍ରା କରିବ।
ପୁରୀ-ପାଟନା-ପୁରୀ ବିଶେଷ:
08439/08440 ପୁରୀ-ପାଟନା-ପୁରୀ ସ୍ପେଶାଲ 30 ଡିସେମ୍ବର, 2023 ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଅପରାହ୍ନ 02ଘ.55ମି.ରେ ପୁରୀ ଠାରୁ ଏବଂ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 01ଘ.45ମି.ରେ ପାଟନା ଠାରୁ ଛାଡି ପୁରୀ ଯାତ୍ରା କରିବ।
ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ବିଶେଷ ଟ୍ରେନ :
ଦୈନିକ ପୁରୀ ଓ ଧନବଡ଼ ମଧ୍ୟରେ ଚଳାଚଳ କରୁଥିବା 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ 30 ଡିସେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ପୁରୀ ଠାରୁ ସନ୍ଧ୍ୟା 08ଘ.25ମି.ରେ ଛାଡୁଥିବାବେଳେ ଏହା ଧାନବାଦ ଠାରୁ ଅପରାହ୍ନ 04 ଘଟିକାରେ ଛାଡ଼ୁଛି ।
ପୁରୀ-ଭଞ୍ଜପୁର-ପୁରୀ ବିଶେଷ:08011/08012 ଭଞ୍ଜପୁର (ବାରିପଦା) -ପୁରୀ- ଭଞ୍ଜପୁର ସ୍ପେଶାଲ 31 ଡିସେମ୍ବର 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଛାଡୁଥିବାବେଳେ ଏହା ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଛାଡିବ ।
ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ :
02837/02838 ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ପେଶାଲ୍ 30 ଡିସେମ୍ବର 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗାଛି ଠାରୁ ଛାଡିବାକୁ ଥିବାବେଳେ ଏହା ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡିବ ।
ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ :
ପ୍ରତ୍ୟକ ବୁଧବାର ଦିନ ସମ୍ବଲପୁର ଠାରୁ ଏବଂ ପ୍ରତ୍ୟକ ଶୁକ୍ରବାର ଦିନ ଇରୋଡ଼ ଠାରୁ ଛାଡୁଥିବା 08311/08312 ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ପେଶାଲ 2024 ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ ।
ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ ସମୀକ୍ଷା କରି ଦେଖାଯାଏ ଯେ, ଉପରୋକ୍ତ ମାର୍ଗଗୁଡିକର ଟ୍ରେନ୍ ଅତିରିକ୍ତ ଯାତ୍ରୀଙ୍କ ସହିତ ଚଳାଚଳ କରୁଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅଧିକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର