ତେବେ ଭାରତକୁ ହରଶଇବାକୁ ହେଲେ ଦଳଗତ ପ୍ରଦର୍ଶନ କରିବାକୁ ହେବ। ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିପାରିଲେ ହିଁ ଘରୋଇ ଦଳ ବିଜୟ ପାଇବ ବୋଲି କ୍ରୀଡା ସମୀକ୍ଷକ ମାନେ ମତ ଦେଇଛନ୍ତି। ଆଜି ଉଭୟ ଦଳର ଟିମ ଏକାଦଶରେ କୌଣସି ସମ୍ଭାବନା ନାହିଁ। ଆହତ ସମସ୍ୟା ଯୋଗୁ ରବୀନ୍ଦ୍ର ଜାଡେଜା ଆଜିର ମ୍ୟାଚ ମଧ୍ୟ ଖେଳିବେ ନାହିଁ ବୋଲି ଭାରତୀୟ ଟିମ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଖେଳ ଖବର ଆହୁରି ପଢନ୍ତୁ ।

ଅର୍ଗସ ବ୍ୟୁରୋ: ଓ୍ୱେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ। ପ୍ରଥମ ମ୍ୟାଚ ଜିତିଥିବା ବେଳେ ଆଜିର ମ୍ୟାଚରେ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ପାଇଁ ଏହି ମ୍ୟାଚ "କର ବା ମର" ପରିସ୍ଥିତି ସୃଷ୍ଟି କରିଛି। ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଦଳର ମନୋବଳ ଦୃଢ ରହିଛି। ଅନ୍ୟପଟେ ଶେଷ ମ୍ୟାଚକୁ ଲଗାଇ ଓ୍ବେଷ୍ଟଇଣ୍ଡିଜ ଦଳ ଲଗାତାର ଭାବେ 7ଟି ଦିନିକିଆରେ ପରାସ୍ତ ହୋଇଥିବା ବେଳେ ଚାପରେ ରହିଛି।

ଅର୍ଗସ ବ୍ୟୁରୋ : ଯାଜପୁରରେ ବଡ ଅଘଟଣ । ମାଲବାହୀ ଟ୍ରେନ୍ରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ରୋଡ୍ ଷ୍ଟେସନ୍ ଚୂନଭାଟି ପ୍ଲଟ୍ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ପ୍ରବଳ ବର୍ଷା, ପବନ ଯୋଗୁଁ ଟ୍ରେନ୍ ବଗି ତଳେ ବସିଥିଲେ ଶ୍ରମିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଘଟଣାରେ ଶୋକ ପିରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ଏହି ଅଭାବନୀୟ ଘଟଣାରେ ବ୍ୟକ୍ତିଙ୍କ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଠାରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଗସ୍ତର ପ୍ରଥମ ଦିନରେ ଶ୍ରୀ ପ୍ରଧାନ ଢେଙ୍କାନାଳର କଙ୍କଡାହାଡ ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ । କାମାକ୍ଷାନଗରରେ କମ୍ୟୁନିଟି ରେଡିଓ- “ରେଡିଓ ବସୁଧା”ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ । କାମାକ୍ଷାନଗରରେ ଦଳ ପକ୍ଷରୁ ଅନୁଷ୍ଠିତ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ଭୁବନେଶ୍ୱର ଠାରେ ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ ପ୍ରଶ୍ନତ୍ତୋର ପ୍ରତିଯୋଗିତା କାର୍ଯ୍ୟକ୍ରମ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଖେଳ ମହୋତ୍ସବ- ୨୦୨୩ରେ ସାମିଲ ହେବେ । ତୃତୀୟ ଦିନରେ ଶ୍ରୀ ପ୍ରଧାନ ଦେବଗଡର ବଡବଗିଚା ଏବଂ ସମ୍ବଲପୁର ରେଙ୍ଗାଲି ବ୍ଲକରେ ଆୟୋଜିତ ପୃଥକ ପୃଥକ ଗରିବ କଲ୍ୟାଣ ସମାବେଶରେ ଯୋଗଦେବା ସହ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ ।
ଜୁନ ୧୧ ତାରିଖ ଗସ୍ତର ଶେଷ ଦିନରେ ଶ୍ରୀ ପ୍ରଧାନ ବରଗଡରେ ବିପିସିଏଲର ବାୟୋ ଇଥାନଲ ରିଫାଇନାରୀ ପରିଦର୍ଶନ କରିବା ସହ ବଲାଙ୍ଗୀର ଟାଉନ ଠାରେ ଇନଡୋର ଷ୍ଟାଡିୟମ ଉଦଘାଟନ କରିବେ । ବରଗଡ ନୃସିଂହନାଥ ପାଇକମାଲ ଠାରେ ଗରିବ କଲ୍ୟାଣ ସମାବେଶ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଧାନ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ନିଷ୍ପତି ଓଡ଼ିଶା ସମେତ ଭାରତବର୍ଷର ଚାଷୀ ଭାଇ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉପହାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଛି । ଯାହା ଫଳରେ ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି । ୨୦୧୪-୧୫ ବର୍ଷରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବା ବେଳେ ୨୦୨୨-୨୩ ବର୍ଷରେ ୨୦୪୦ ଟଙ୍କା ଥିଲା । କ୍ରମାଗତ ଏମଏସପି ବୃଦ୍ଧି କରି ଚାଷୀଙ୍କୁ ସ୍ୱାବଲମ୍ବୀ କରାଯାଉଛି।
ଧାନ ସମେତ ବିଭିନ୍ନ ଖରିଫ ଫସଲର ଏମଏସପି ବୃଦ୍ଧି ନିଷ୍ପତି ଚାଷୀଙ୍କ ସମୃଦ୍ଧି ଏବଂ କଲ୍ୟାଣ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କୋଟି କୋଟି ଅନ୍ନଦାତାଙ୍କୁ ଲାଭ ଦେବାକୁ ଥିବା ଏହି ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର କୃଷକ ଦିଗରେ ଆଉ ଏକ ପଦକ୍ଷେପ ।
ଅଧିକ ପଢନ୍ତୁ : ଏମଏସପି ବୃଦ୍ଧି ଚାଷୀଭାଇଙ୍କୁ ଆର୍ଥିକ ସୁଦୃଢ କରିବା ସହ ଆତ୍ମନିର୍ଭର ଭାରତ ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିବ
ସେହିପରି ବିଏସଏନଏଲର ନବୀକରଣ ପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜକୁ ଅନୁମୋଦନ ସ୍ୱାଗତଯୋଗ୍ୟ । ଏହି ଅର୍ଥର ବ୍ୟବହାର ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି କରିବା ପାଇଁ ବ୍ୟୟବରାଦ କରାଯିବ । ଏହା ଦ୍ୱାରା ସମଗ୍ର ଭାରତବର୍ଷରେ ଇଣ୍ଟରନେଟର ବ୍ୟାପକ ବ୍ୟବହାର ବଢିବ ଏବଂ ନୂଆ ସୁଯୋଗ ଓ ସମ୍ଭାବନା ତିଆରି ହେବ । ସେହିପରି ହୁଡା ସିଟି ସେଣ୍ଟରରୁ ସାଇବର ସିଟି ପର୍ଯ୍ୟନ୍ତ ମେଟ୍ରୋ ସଂଯୋଗ ଗେମ୍ ଚେଞ୍ଜର ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି
