ଅର୍ଗସ ବ୍ୟୁରୋ: ବ୍ରିସବେନରେ ଟିମ ଇଣ୍ଡିଆର ଐତିହାସିକ ବିଜୟ। ବର୍ଡର ଗାଭାଷ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବାଜିମାତ କରିଛି। ଅଷ୍ଟ୍ରେଲିଆ, ଭାରତ ଆଗରେ ୩୨୮ ରନର ଟାର୍ଗେଟ ରଖିଥିଲା । ତେବେ ଓପନର ଏସ ଗିଲଙ୍କ ୯୧, ପୂଜାରାଙ୍କ ୫୬, ରିଷଭ ପନ୍ତଙ୍କ ଧମାକାଦାର ବ୍ୟାଟିଂ ୮୯ ରନ ଯୋଗୁଁ ଭାରତ ୩ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିବାବେଳେ ଦ୍ୱିତୀୟ ଟେଷ୍ଟ ଭାରତ ଜିତିଥିଲା ।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନ କରିଥିବାବେଳେ ଭାରତ ପ୍ରଥମ ଇନିଂସରେ ୩୩୬ ରନ କରିଥିଲା । ତେବେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୯୪ ରନରେ ସୀମିତ ରହିଥିବାରୁ ଭାରତ ଆଗରେ ବିଜୟ ପାଇଁ ୩୨୮ ରନର ଟାର୍ଗେଟ ରହିଥିଲା । ଭାରତ ପକ୍ଷରୁ ସିରାଜ ୫ ୱିକେଟ ହାସଲ କରିଥିବାବେଳେ ଠାକୁର ୪ ଓ ସୁନ୍ଦର ଗୋଟିଏ ୱିକେଟ ନେଇଛନ୍ତି । ୭୬ ଓଭର ମଧ୍ୟରେ ସେମାନେ ଅଷ୍ଟ୍ରେଲିଆକୁ ଅଲଆଉଟ କରି ଦେଇଥିଲେ ।
ସେପଟେ ଭାରତର ଏ ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ବିସିସିଆଇ ପକ୍ଷରୁ ଟିମ ଇଣ୍ଡିଆର ଖେଳାଳୀଙ୍କ ପାଇଁ 5 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।