ଜସପ୍ରୀତ ବୁମ୍ରା ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି, ସେ ୨୨ ଟି ମ୍ୟାଚରେ୯୫ ୱିକେଟ୍ ନେଇଛନ୍ତି। ହେଡିଙ୍ଗଲିରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସେ ନିଜର ଫର୍ମ ବଜାୟ ରଖିବେ ବୋଲି ଜଣାପଡିଛି। ୧୯୮୩ ମସିହାରେ ଭାରତକୁ ବିଶ୍ୱକପ ଜିତାଇଥିବା କ୍ୟାପଟେନ କପିଲ ଦେବ ୨୫ ଟି ଟେଷ୍ଟ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ଯଦି ବୁମରା ଏହି ସଫଳତା ହାସଲ କରନ୍ତି ସେ କପିଲ ଦେବଙ୍କ ରେକର୍ଡକୁ ପଛରେ ପକାଇବେ ।
କପିଲ ଦେବଙ୍କ ରେକର୍ଡକୁ ପଛରେ ପକାଇପାରନ୍ତି ବୁମ୍ରା

ଅର୍ଗସ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ହେଡିଙ୍ଗଲିରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ଅଗଷ୍ଟ 25 ରୁ ଆରମ୍ଭ ହେବ। ଇଂରାଜୀ ଦଳ ବିପକ୍ଷ ତୃତୀୟ ମ୍ୟାଚ୍ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ପାଇଁ ନିଆାରା । ସେ ଏହି ମ୍ୟାଚରେ ଭାରତ ପାଇଁ ଦ୍ରୁତତମ 100 ୱିକେଟ୍ ନେବାର ରେକର୍ଡ ସୃଷ୍ଟି କରିପାରନ୍ତି। ଯଦି ବୁମରା ଏଥିରେ ସଫଳ ହୁଅନ୍ତି, ତେବେ ସେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଲ ଦେବଙ୍କୁ ପଛରେ ପକାଇବେ।
Download Argus News App
