ନେପାଳ ରେ ଚମକିଲେ ଓଡିଆ ଝିଅ...
ଅର୍ଗସ ବ୍ୟୁରୋ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ତେବେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ହୋଲି ପାଳନ ଉପରେ କଟକଣା ଲଗାଯାଇଛି । ତେବେ ନିଜର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଫ୍ୟାନଙ୍କୁ ହୋଲିର ଶୁଭେଛା ଜଣାଇଛନ୍ତି ଭାରତୀୟ କ୍ରିକେଟର ।
ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ, ଭିଭିଏସ ଲକ୍ଷ୍ମଣ ,ଇର୍ଫାନ ପଠାନ ଆଦି ଫ୍ୟାନଙ୍କୁ ହୋଲିର ଶୁଭେଛା ଜଣାଇଛନ୍ତି । ରଙ୍ଗର ପର୍ବ ହୋଲିରେ ସତର୍କତା ସହ ହୋଲି ଖେଳିବା ପରସ୍ପର ମଧ୍ୟରେ ସ୍ନେହ ଆଦାନ ପ୍ରଦାନ କରିବା ନିମନ୍ତେ ଭିଭିଏସ ଲକ୍ଷ୍ମଣ ଏବଂ ଯୁବରାଜ ସିଂ ଲେଖିଛନ୍ତି ।
ସେହିପରି ଇର୍ଫାନ ପଠାନ ହୋଲି ଟ୍ୱିଟରେ ବିରାଟଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷରେ ଭାରତର ସିରିଜ ବିଜୟ କଥା ଉଲ୍ଲେଖ କରିଛନ୍ତି । ଏମାନଙ୍କ ବ୍ୟତୀତ ଜୟ ଶାହା , ନବଦୀପ ସାଇନି ମଧ୍ୟ ହୋଲିର ଶୁଭେଛା ଜଣାଇଛନ୍ତି ।