୫୮ବର୍ଷୀୟ ରିଡ ଭୁବନେଶ୍ବରରେ ବିଶ୍ବକପ ହକି ସମ୍ପନ୍ନ ପରେ ହକି ଇଣ୍ଡିଆର ସଭାପତି ତିର୍କିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଗ୍ରାହମ ରିଡ୍ ଇସ୍ତଫା ଦେବାପରେ କହିଥିଲେ, ଏବେ ମୋର ହଟିବାର ସମୟ ଆସିଯାଇଛି। ପରବର୍ତ୍ତୀ ପ୍ରବନ୍ଧକଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଉ। ଭାରତୀୟ ଟିମ୍ ଏବଂ ହକି ଇଣ୍ଡିଆ ସହ କାମ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ମୁଁ ଏହି ସୁନ୍ଦର ଯାତ୍ରାକୁ ଅତ୍ୟନ୍ତ ଚମତ୍କାର ସହ ତୁଲାଇଛି। ଦଳକୁ ମୋ ତରଫରୁ ଢ଼େର ସାରା ଶୁଭକାମନା ଜଣାଉଛି।
କିନ୍ତୁ ଏହି ୩ଜଣ ଗୋଟିଏ ମାସ ପର୍ଯ୍ୟନ୍ତ ଦଳ ପାଇଁ କାମ କରିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଦଳର କାର୍ଯ୍ୟଦକ୍ଷତା ଏବଂ ରଣନୀତି ବିଷୟରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କି ଏବଂ ସମ୍ପାଦକ ଭୋଲନାଥ ସିଂହ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ସହ ଆଲୋଚନା କରିବାପରେ ରିଡ୍ ଏହି ନିଷ୍ପତ୍ତି ନେଇଥିଲେ। ଅଷ୍ଟେଲିଆ ତରଫରୁ ହକି ଖେଳିଥିବା ରିଡ ଏବଂ ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ୪୧ବର୍ଷ ପରେ ଅଲିମ୍ପିକରେ କାଂସ୍ୟ ପଦକ ଜିତିଥିଲେ। ଏହାବ୍ୟତୀତ ଭାରତୀୟ ଟିମ୍ ବର୍ମିଂହମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଏବଂ ଏଫଆଇଏଚ୍ ପ୍ରୋ ଲିଗ ୨୦୨୧-୨୨ରେ ତୃତୀୟ ସ୍ଥାନ ହାସଲ କରିଥିଲା। ରିଡ କୋଚ ଥିବାବେଳେ ଭାରତୀୟ ଟିମ ୨୦୧୯ରେ ଏଫଆଇଏଚ ବିଶ୍ବକପ ସିରିଜ ଫାଇନାଲ ଜିତିଥିଲା।
ଏହାପରେ ଭୁବନେଶ୍ବରରେ ଅଲିମ୍ପିକ କ୍ବାଲିଫାୟାର ଜିତି ଦଳ ଟୋକିଓ ଅଲିମ୍ପିକ ପାଇ ଯୋଗ୍ୟତା ଅର୍ଜନ କରିଥିଲା। ରିଡ୍ଙ୍କ ସମେତ ଆଉ ତିନି କୋଚ୍ଙ୍କ ଇସ୍ତଫା ସ୍ବୀକାର କରି ହକି ଇଣ୍ଡିଆ ସଭାପତି ତିର୍କି କହିଛନ୍ତି, ଭାରତ ସର୍ବଦା ଗ୍ରାହମ ରିଡଙ୍କ ଦଳ ପ୍ରତି ଋଣୀ ହୋଇ ରହିବ। ସେ ଆମକୁ ସବୁବେଳେ ଭଲ ପ୍ରଶିକ୍ଷଣ ଦେଇଛନ୍ତି। ଦଳ ସବୁବେଳେ ତାଙ୍କୁ ମନେ ରଖିବ।