କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ପ୍ରଦର୍ଶନ ବିଚାରକୁ ନେଲେ ମହିଳା ଖେଳାଳିମାନେ ସମ୍ମାନ ରଖିଛନ୍ତି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଥିବା ଭାରତୀୟ ହକି ଟିମ କିନ୍ତୁ ଦ୍ବିତୀୟ ମ୍ୟାଚରେ ନିରାଶ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୭-୧ ଗୋଲରେ ପରାଜୟ ବରଣ କରିଛି ଭାରତୀୟ ହକି ଟିମ୍ ।
ମ୍ୟାଚ ଆରମ୍ଭରୁ ହିଁ ପଛରେ ପଡିଯାଇଥିଲା ଭାରତ । ଲଗାତାର ଭାବେ ଗୋଲ କରିଚାଲିଥିଲା ଅଷ୍ଟ୍ରେଲିଆ ହକି ଟିମ । ଭାରତୀୟ ଦଳ ପକ୍ଷରୁ ଦିଲପ୍ରୀତ ସିଂହ ଏକମାତ୍ର ଗୋଲ ସ୍କୋର କରିଛନ୍ତି । ଏହା ବ୍ୟତିତ ଭାରତ ଗୋଟିଏ ବି ଗୋଲ କରିବାରେ ସକ୍ଷମ ହୋଇନାହିଁ । ହକି ରାଙ୍କ୍ରେ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ଭାରତ ଉପରେ ଭାରି ପଡିଛି । ଏହି ମ୍ୟାଚ ଭାରତ ପାଇଁ କଠିନ ହୋଇଥିବା ବେଳେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ହକି ଇଣ୍ଡିଆ ।