ସଲିମା ଟେଟେ ଅଧିନାୟକ, ଇସିକା ଚୌଧୁରୀ ଉପଅଧିନାୟକ ଭାବରେ ନେତୃତ୍ଵ ନେବେ। ଜୁନିଅର ମହିଳା ହକି ବିଶ୍ୱକପ ଦଳରେ ଦୁଇ ଓଡ଼ିଆ ସାମିଲ ଅଛନ୍ତି। ଦଳରେ ସୁନ୍ଦରଗଡ଼ର ଦୁଇ ଖେଳାଳି ଜୀବନ କିଶୋରୀ ଟପୋ ଏବଂ ଆଜମିନା କୁଜୁର ସାମିଲ ହୋଇଛନ୍ତି।
ଷ୍ଟାଣ୍ଡ ବାଏ ଖେଳାଳି ଭାବେ ଓଡିଶା ତଥା ସୁନ୍ଦରଗଡ଼ର ଗୋଲ କିପର ମାଧୁରୀ କିଣ୍ଡୋ ସାମିଲ ହୋଇଛନ୍ତି। ଏପ୍ରିଲ ୨ ରେ ୱେଲ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ।