ଅଧିକ ପଢନ୍ତୁ : ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦମ ଦେଖାଇଛି ଟିମ ଇଣ୍ଡିଆ
ମ୍ୟାଚ୍ ପୂର୍ବରୁ ଭାରତ ଓ ପାକିସ୍ତାନ ସମାନ ୧୧୫ ପଏଣ୍ଟ ଲେଖାଏ ପାଇ ଆଇସିସି ଦିନିକିଆର ରାଙ୍କିଙ୍ଗର ଯଥାକ୍ରମେ ୨ ନଂ ଓ ୧ନଂ ସ୍ଥାନରେ ଥିଲେ । ପାକିସ୍ତାନକୁ ପଛରେ ପକାଇବାକୁ ହେଲେ ଭାରତକୁ ଯେମିତି ହେଲେ ମୋହାଲି ଦିନିକିଆ ଜିତିବାର ଥିଲା । ଏବେ ଭାରତ ପ୍ରଥମେ ଦିନିକିଆକୁ ଜିତି ପାକିସ୍ତାନକୁ ପଛରେ ପକାଇ ଦେଇଛି । ପାକିସ୍ତାନ ୧୧୫ ପଏଣ୍ଟ ସହ ୧ନଂରୁ ୨ନଂ ସ୍ଥାନକୁ ଖସି ଯାଇଛି ।
ଭାରତ ୧୧୬ ପଏଣ୍ଟ ସହ ୧ନଂ ସ୍ଥାନ ଦଖଲ କରିଛି । ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ୪ର୍ଥ ସ୍ଥାନରେ ସାଉଥ ଆଫ୍ରିକା, ୫ମରେ ଇଂଲଣ୍ଡ, ୬ଷ୍ଠରେ ନ୍ୟୁଜିଲ୍ୟାଣ୍ଡ, ୭ମରେ ବାଂଲାଦେଶ, ୮ମରେ ଶ୍ରୀଲଙ୍କା, ୯ମରେ ଆଫଗାନିସ୍ତାନ ଓ ୧୦ମରେ ୱେଷ୍ଟଇଣ୍ଡିଜ ରହିଛି । ଅନ୍ୟପକ୍ଷରେ ଟି-୨୦ କଥା ବିଚାରକୁ ନେଲେ ଭାରତ ୨୬୪ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଥିବା ବେଳେ ଇଂଲଣ୍ତ ଓ ପାକିସ୍ତାନ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ।