ନୂଆଦିଲ୍ଲୀ: ଆଇପିଏଲ 2019 ମହାସମର ସଫଳତାର ସହ ଆଗେଇ ଚାଲିଛି । କ୍ରିକେଟ ପ୍ରେମୀଙ୍କ ମହଲରେ ଆଇପିଏଲକୁ ନେଇ ଢେର ଚର୍ଚ୍ଚା ଚାଲିଛି । ଏହାରି ଭିତରେ ରାଜସ୍ଥାନ ରୟାଲସ୍ (ଆରଆର) ନିଜର ଅଧିନାୟକ ପରିବର୍ତ୍ତନ କରିଛି ।
ଦଳକୁ ଖରାପ ପ୍ରଦର୍ଶନରୁ ବଞ୍ଚାଇବା ପାଇଁ ଅଜିଙ୍କ୍ୟା ରାହାଣେଙ୍କ ସ୍ଥାନରେ ଷ୍ଟିଭ୍ ସ୍ମିଥ୍ଙ୍କୁ ଟିମ୍ର ଦାୟିତ୍ୱ ଦେଇଛି ଆରଆର । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ସ୍ମିଥ୍ ପୂର୍ବରୁ ପୁଣେ ଜ୍ୟାଣ୍ଟରେ କ୍ୟାପ୍ଟେନ ଥିଲେ ।
ରାହାଣେ ପୂର୍ବ ଆଇପିଏଲରେ ଟିମ୍କୁ ପ୍ଲେଅଫକୁ ଆଣିବାକୁ ବହୁଚେଷ୍ଟା କରିଥିଲେ । କିନ୍ତୁ 2019 ଆଇପିଏଲରେ ଟିମ୍କୁ ଟ୍ରାକ୍କୁ ଆଣିବା ପାଇଁ ଲିଡର ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି ବୋଲି ଫ୍ରାଞ୍ଜାଇଜ୍ ଚାହୁଁଛି । ଷ୍ଟିଭ୍ ସବୁବେଳେ ରାଜସ୍ଥାନର ନେତୃତ୍ୱ ନେଇଆସିଛନ୍ତି ତେଣୁ ରାହେଣେ ତାଙ୍କୁ ସହଯୋଗ କରିବେ ବୋଲି ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ଆଇପଏଲ ସିଜନରେ ଆରଆର 8 ମ୍ୟାଚରୁ 2ଟିରେ ବିଜୟୀ ହୋଇଛି । ପଏଣ୍ଟ ଟେବଲର 7 ନମ୍ବର ସ୍ଥାନରେ ଅଛି ଆରଆର ।

