ଟିଏମସିରେ ରହି ମୁଁ ପାପ କରିଛି
ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲର ୬ଷ୍ଠ ମ୍ୟାଚର ୫ମ ପରାଜୟ ଭୋଗିଛି କିଙ୍ଗସ ଏକାଦଶ ପଞ୍ଜାବ। ଗୁରୁବାର ଖେଳା ଯାଇଥିବା ମ୍ୟାଚରେ ପଞ୍ଜାବକୁ ବିପୁଳ ୬୯ ରନ ବ୍ୟବଧାନରେ ସନରାଇଜର୍ସ ହାଇଦରାବାଦ ପରାସ୍ତ କରିଛି। ଜନି ବେୟ।ରଷ୍ଟୋ ଓ ଡେଭିଡ୍ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ୬ ୱିକେଟ ହରାଇ ୨୦୧ ରନ କରିଥିଲା। ପରେ ନିକୋଲାସ ପୁରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ପଞ୍ଜାବ ୧୬.୫ ଓଭରରେ ୧୩୨ ରନ ରି ଅଲଆଉଟ ହୋଇଥିଲା। ୬ଷ୍ଠ ମ୍ୟାଚରେ ୩ୟ ବିଜୟ ସହ ସନରାଇଜର୍ସ ହାଇଦରାବାଦ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଗୋଟିଏ ବିଜୟ ସହ ପଞ୍ଜାବ ସର୍ବନିମ୍ନ ସ୍ଥାନରେ ରହିଛି।