ବିରାଟ କୋହଲି ୨୪ଟି ବଲରୁ ମାତ୍ର ୨୫ ରନ କରିବାକୁ ସକ୍ଷମ ହୋଇଛନ୍ତି। ମହିପାଲ ୯ବଲରୁ ୧୪ ରନ କରିଛନ୍ତି। ମ୍ୟାକ୍ସୱେଲ ୧୦ ବଲରୁ ୯ରନ କରିବାକୁ ସମର୍ଥ ହୋଇଥିବା ବେଳେ ଡୁପ୍ଲେସି ଖାତା ଖୋଲି ପାରି ନାହାନ୍ତି।
ଲକ୍ଷ୍ନୋ ପକ୍ଷରୁ ମୋହସିନ୍, କ୍ରୁନାଲ ପାଣ୍ଡ୍ୟା, ଆଭେଶ ଖାନ ଓ ରବି ବିଷ୍ଣୋଇଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଛି। ଶେଷ ୫ ଓଭରରେ ଆରସିବି ୮୪ ରନ କରିପାରିଛି। ଆଜିର ବିଜେତା ରାଜସ୍ଥାନ ବିପକ୍ଷରେ କ୍ଵାଲିଫାୟର-୨ ଖେଳିବ।