ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ପଦାର୍ପଣ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ଗୁଜରାଟ ଟାଇଟଲ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଥିଲା । ଉଦଘାଟନୀର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ଏହି ମୁକାବିଲା ଆୟୋଜିତ ହେବ । ଷ୍ଟାର ସ୍ପୋର୍ଟସ ଓ ଜିଓ ସିନେମାରେ ଏହା ପ୍ରସାରିତ ହେବ । ଲିଗ୍ରେ ଏପର୍ଯ୍ୟନ୍ତ ୫ଟି ଟାଇଟଲ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ସଫଳତମ ଦଳ ବିବେଚିତ ହେଉଛି। ସେହିପରି ତାରକା ବ୍ୟାଟର ବିରାଟ କୋହଲି ସର୍ବାଧିକ ୬ ହଜାର ୬୨୪ ଓ ଡେନ୍ ବ୍ରାଭୋ ସର୍ବାଧିକ ୧୮୩ଟି ୱିକେଟ ଅକ୍ତିଆର କରି ରେକର୍ଡ କରିଛନ୍ତି।
ଗତ ୧୫ତମ ସଂସ୍କରଣରେ ପଦାର୍ପଣ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଗୁଜରାଟ ଟାଇଟନ୍ସ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର: