. ଭାରତୀୟ ଦଳର ବରିଷ୍ଠ ଓପନର ବ୍ୟାଟସମ୍ୟାନ୍ ଶିଖର ଧାଓ୍ୱନଙ୍କୁ କିଣିଛି କିଙ୍ଗସ ଏକାଦଶ ପଞ୍ଜାବ । ୮ କୋଟି ୨୫ ଲକ୍ଷ ଟଙ୍କାରେ ପଞ୍ଜାବ ତାଙ୍କୁ କିଣିଛି । ଧାଓ୍ୱନଙ୍କୁ ନେଇ ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିଲା । କିନ୍ତୁ ପରେ ପଞ୍ଜାବ ଜିତି ନେଇଥିଲା । ପୂର୍ବ ସିଜିନରେ ଦିଲ୍ଲୀ ପାଇଁ ଖେଳୁଥିବା ଧାଓ୍ୱନ ଚଳିତ ବର୍ଷ ପଞ୍ଜାବ ପାଇଁ ଖେଳିବେ ।
- ଭାରତୀୟ ସ୍ପିନର ଆର ଅଶ୍ୱୀନଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । ୫ କୋଟିରେ ଅଶ୍ୱିନଙ୍କୁ କ୍ରୟ କରିଛି ରାଜସ୍ଥାନ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଥିଲା ।
- ଭାରତୀୟ ସ୍ପେସ୍ ବୋଲର୍ ମହମ୍ମଦ୍ ସାମିଙ୍କୁ ‘ଗୁଜରାଟ ଟାଇଟନ୍ସ୍’ ୬.୨୫ କୋଟି ଟଙ୍କାରେ ଖରିଦ କରିଛି।
- ୧୨.୨୫ କୋଟି ଟଙ୍କାରେ ଶ୍ରେୟସ୍ ଆୟେର୍ଙ୍କୁ ନିଲାମ ଧରିଛି ‘କୋଲ୍କାତା ନାଇଡ୍ ରାଇଡର୍ସ’।
ଏହାସହ ୬ ବିଦେଶୀ ଖେଳାଳି ଟପ୍ ଟେନ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି ।
- ଅଷ୍ଟ୍ରେଲିଆର ଟେଷ୍ଟ୍ କ୍ୟାପ୍ଟେନ୍ ପ୍ୟାଟ୍ କ୍ୟୁମିନ୍ସ୍ଙ୍କୁ ‘ଆଇଏନ୍ଆର୍’ ୭.୨୫ରେ ନିଲାମ୍ ଧରି ପୁନର୍ବାର ପାଇବାରେ ସଫଳ ହୋଇଛି ‘କୋଲ୍କାତା ନାଇଟ୍ ରାଇଡର୍ସ’।
- କାଗିସୋ ରାବାଡ଼ାଙ୍କୁ ମଧ୍ୟ ‘ପଞ୍ଜାବ କିଙ୍ଗ୍ସ୍’ ୯.୨୫ କୋଟିରେ ଖରିଦ କରିଛି।
- କିୱିର ସ୍ପେସ୍ ବୋଲର୍ ଟ୍ରେଣ୍ଟ୍ ବୋଲ୍ଟ୍ଙ୍କୁ ୮ କୋଟି ଟଙ୍କାରେ ନିଲାମ ଧରିବାରେ ସଫଳ ହୋଇଛି ‘ରାଜସ୍ଥାନ ରୟାଲ୍ସ୍’।
- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡ୍ୟୁ ପ୍ଲେସିସ୍ଙ୍କୁ ‘ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍’ ୭ କୋଟି ଟଙ୍କାରେ ନିଲାମ ଧରିଛି।
- ଦକ୍ଷିଣ ଆଫ୍ରିକାର ୱିକେଟ୍ ରକ୍ଷକ କ୍ବିନ୍ଟନ୍ ଡି କକ୍ଙ୍କୁ ୬.୭୫ କୋଟି ଟଙ୍କାରେ କିଣିଛି ‘ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍’।
- ଅଷ୍ଟ୍ରେଲିଆର ଓପେନର୍ ଡେଭିଡ୍ ୱର୍ଣ୍ଣର୍ଙ୍କୁ ୬.୨୫ କୋଟି ଟଙ୍କାରେ କ୍ରୟ କରିଛି ‘ଦିଲ୍ଲୀ କ୍ୟାପିଟାଲ୍ସ୍’।