ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଚତ୍ମକାର ପ୍ରର୍ଦଶନ କରିବା ସହ ତାମିଲନାଡୁ ଟିମକୁ ଟ୍ରଫି ଜିତାଇବାରେ ଶାହାରୁଖ ଖାନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ୨୫ ବର୍ଷିୀୟ ଏହି ଅଲରାଉଣ୍ଡରଙ୍କ ସଫଳତା ପରେ ଆଗାମୀ ଆଇପିଏଲ ନିମନ୍ତେ ପଂଜାବ ତାଙ୍କୁ ୫.୨୫ କୋଟି ଟଙ୍କାରେ କିଣିଛି ।
ବିଜୟ ହଜାରେ ଟ୍ରଫି ନିମନ୍ତେ ଅଭ୍ୟାସ ସାରି ତାମିଲନାଡୁ ଟିମ ବସରେ ଫେରୁଥିବା ବେଳେ ଆଇପିଏଲ ନିଲାମରେ ଶାହାରୁଖ ଖାନଙ୍କ ନାମ ଆସିଥିଲା । ତାଙ୍କୁ ପଂଜାବ ୫.୨୫ କୋଟି ଟଙ୍କାରେ କିଣିବା ପରେ ଅଧିନାୟକ ଦିନେଶ କାର୍ତ୍ତିକ ଏବଂ ଅନ୍ୟ ସାଥୀ ଖେଳାଳି ତାଙ୍କୁ କୃତଜ୍ଞତା ଜଣାଇଥିଲେ।
ତେବେ ନିଜ ପ୍ରତିକ୍ରିୟାରେ ଶାହାରୁଖ ଖାନ କହିଛନ୍ତି ଆଇପିଏଲରେ ଏତେ ଟଙ୍କାରେ ତାଙ୍କୁ କୌଣସି ଦଳ କିଣିବ ବୋଲି ସେ କେବେ ଭାବିନଥିଲେ । ଏହା ସହ ୟୁନିଭର୍ସ ବସ ତଥା କିଙ୍ଗସ ଏକାଦଶ ପଂଜାବ ଦଳର ଓପନର କ୍ରିସ ଗେଲଙ୍କ ସହ ଭେଟିବାକୁ ଏବଂ ତାଙ୍କ ସହ ଡ୍ରେସିଙ୍ଗ ରୁମ ସେୟାର କରିବାକୁ ସେ ବ୍ୟଗ୍ର ଥିବା କହିଛନ୍ତି । ଗେଲ ଅତି ସହଜରେ ବଲକୁ କିପରି ବାଉଣ୍ଡରୀ ବାହାରକୁ ପହଞ୍ଚାଇ ଦିଅନ୍ତି ତାହା ଶିଖିବାକୁ ଚେଷ୍ଟା କରିବେ ବୋଲି ଶାଖାରୁଖ ଖାନ କହିଛନ୍ତି । ଗତ କାଲି ଶାହାରୁଖ ଖାନ ବିଜୟ ହଜାରେ ଟ୍ରଫିରେ ପଂଜାବ ବିପକ୍ଷରେ ୩୬ ବଲରୁ ଅପରାଜିତ ୫୫ ରନ କରିଥିଲେ।