ଏହା ବ୍ୟତୀତ ଇରଫାନ ପଠାନ ବର୍ତ୍ତମାନ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇ ପାରିଛନ୍ତି ଯିଏ ଟି-20 ଫର୍ମାଟରେ 2000 ରନ ସହ 150 ୱିକେଟ ଅକ୍ତିଆର କରିଛନ୍ତି। ସେମାନଙ୍କ ପୂର୍ବରୁ ଏହି ରେକର୍ଡ ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାମରେ ଥିଲା। ଏହି ଫର୍ମାଟରେ ଏପର୍ଯ୍ୟନ୍ତ 173 ୱିକେଟ୍ ନେଇଥିବା ପଠାନ୍ 2000 ରନ୍ ପୂରଣ କରିବାକୁ 142 ଇନିଂସ ନେଇଥିଲେ। ଷ୍ଟାଲିନ୍ସ ବିପକ୍ଷରେ ଦ୍ରୁତ 25 ରନ୍ ଇନିଂସରେ କ୍ୟାଣ୍ଡି ଟସ୍କର୍ 6ଟି ୱିକେଟରେ ବିଜୟ ହୋଇଥିଲା।

ଅର୍ଗସ ବ୍ୟୁରୋ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ବର୍ତ୍ତମାନ ଶ୍ରୀଲଙ୍କାରେ ଚାଲିଥିବା ଲଙ୍କା ପ୍ରିମିୟର ଲିଗରେ ଖେଳୁଛନ୍ତି। କ୍ୟାଣ୍ଡି ଟସ୍କରଙ୍କ ତରଫରୁ ଖେଳୁଥିବା ଇରପାନ ଶୁକ୍ରବାର ଦିନ ଚମକ୍ତାର ଖେଳ ପ୍ରଦର୍ଶନ କରି ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ପଠାନ ବର୍ତ୍ତମାନ ଟି -20 କ୍ରିକେଟରେ 2000 ରୁ ଅଧିକ ରନ କରିଛନ୍ତି। ସେ ଜାଫ୍ନା ଷ୍ଟାଲିନ୍ସଙ୍କ ବିପକ୍ଷରେ ଏହି ରନ କରିଥିଲେ। ଯେଉଁଠାରେ ସେ ତାଙ୍କ ଦଳ ପାଇଁ 19 ବଲରେ 25 ରନର ଚମତ୍କାର ଇନିଂସ ଖେଳିଥିଲେ। ବିଶେଷ କଥା ହେଉଛି ଏହି ପ୍ରଦର୍ଶନ ହେତୁ ତାଙ୍କ ଦଳ ଜିତିଥିଲା।

ଅର୍ଗସ ବ୍ୟୁରୋ : ଆନ୍ଦୋଳନରତ ରେସଲରଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ୬ ଘଣ୍ଟାର ଆଲୋଚନାରେ ଧାର୍ଯ୍ୟ ହେଲା ତାରିଖ । ସେହିପରି ମନ୍ତ୍ରୀଙ୍କ ଆଗରେ କିଛି ଦାବି ରଖିଛନ୍ତି ରେସଲର୍ । ଜଣେ ମହିଳାଙ୍କ ନେତୃତ୍ବରେ ଇଣ୍ଟରନାଲ କମ୍ପ୍ଲେଣ୍ଟ କମଟିର ଗଠନ । ରେସଲରଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ପ୍ରତ୍ୟାହାର ।
ଅଧିକ ପଢନ୍ତୁ ଭାରତ ଖବର
୩ ପାଳି ଧରି ସଭାପତି ପଦରେ ରହିଥିବା ବ୍ରିଜ ଭୂଷଣ ସିଂ ଏବଂ ତାଙ୍କ ସହଯୋଗୀଙ୍କୁ ପୁନଃ ନିର୍ବାଚିତ କରା ନଯାଉ । ୬ ଘଣ୍ଟା ଧରି ଆଲୋଚନାରେ କିଛି ଏଭଳି ଦାବି ରଖିଛନ୍ତି ଆନ୍ଦୋଳନରତ ରେସଲର୍ । ସେପଟେ ୧୫ ତାରିଖ ସୁଦ୍ଧା ତଦନ୍ତ ସରିବ ଏବଂ ଚାର୍ଜସିଟ୍ ଦାଖଲ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ । ଜୁନ ୩୦ ତାରିଖ ସୁଦ୍ଧା WFIରେ ନିର୍ବାଚନ ହେବ ଏବଂ ନୂଆ ସଭାପତି ଚୟନ କରାଯିବ ବୋଲି ମଧ୍ୟ ରେସଲରଙ୍କୁ ଆଶ୍ବାସନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ।
