ଦୀର୍ଘ ୩ ବର୍ଷ ପରେ ଭାରତୀୟ ଟି-୨୦ ଟିମକୁ ଫେରିଛନ୍ତି ସ୍ପିନର ବରୁଣ ଚକ୍ରବର୍ତ୍ତୀ। ୨୦୨୧ରେ ସେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ। ଏହି ସିରିଜରୁ ଷ୍ଟାର ୱିକେଟ କିପର ଋଷଭ ପନ୍ତ ଏବଂ ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କୁ ଦଳରୁ ବାଦ୍ ଦିଆ ଯାଇଛି । ଆଫଗାନିସ୍ତାନ ବିପକ୍ଷ ଟି-୨୦ରେ ନଜର ଆସିଥିବା ୱିକେଟ୍ କିପର ଜିତେଶ ଶର୍ମା ପୁଣି ଥରେ କମବ୍ୟାକ କରିଛନ୍ତି। ଜିମ୍ବାୱେ ଟୁରରୁ ବାଦ ପଡ଼ିଥିବା ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ମଧ୍ୟ ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ବାଂଲାଦେଶ ବିପକ୍ଷରେ ଅଭିଷେକ ଶର୍ମା ପୁଣିଥରେ ଓପନର ଭାବେ ନଜର ଆସିବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଲୱା ଦେଖିବେ ଦର୍ଶକ ପୁଣି ଶୁଭିବ ହାର୍ଦ୍ଦିକ ହାର୍ଦ୍ଦିକ ନାରା। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ସଞ୍ଜୁ ସାମସନଙ୍କୁ ଚୟନ କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଇଶାନ୍ କିଶାନ୍ ଇରାନୀ କପ୍ ଟୁର୍ଣ୍ଣାମେଣ୍ଟରେ ତାଙ୍କ ନାମ ସାମିଲ ଥିବାରୁ ତାଙ୍କୁ ବାଦ୍ ଦେଇଛି ଟିମ ଇଣ୍ଡିଆ । ସୂର୍ଯ୍ୟ ବାହିନୀଙ୍କ ଉପରେ ରହିଛି ସମସ୍ତଙ୍କ ନଜର,ଅପେକ୍ଷା ଅକ୍ଟୋବର ୬କୁ